ସୋନାର କାନ୍‌ଭାସ ସେତାଂଶୁ
ସୋନାର କାନ୍‌ଭାସ ସେତାଂଶୁ

ସୋନାର କାନ୍‌ଭାସ ସେତାଂଶୁ

( ୧ )

ଜୀବନର ପ୍ରଥମ ପ୍ରେମ, ପ୍ରେମର ପହିଲି ସ୍ପର୍ଶ, ଭଲପାଇବାର ଆଦିବାକ୍ୟ… ପିଣ୍ଡରେ ପ୍ରାଣଥିବା ଯାଏ, ନାକପୁଡ଼ାରେ ନିଶ୍ୱାସ ଟିକେ ଲଟକି ଥିବାଯାଏ, କେବେ ବି ଭୁଲିହୁଏ ନାହିଁ । ପହିଲି ପ୍ରେମ ସବୁବେଳେ ସଦ୍ୟ ସତେଜ…..!

( ୨ )

ପ୍ରତିଦିନ ରାତିରେ ବିଛଣାକୁ ଗଲାପରେ ଆପେ ଆପେ ସୋନାଲିର ଆଖିପତା ବନ୍ଦ ହୋଇଯାଅ । ବନ୍ଦ ହେଇଗଲା ପରେ ତା’ ଆଖି ସାମ୍ନାରେ ଭାସି ଉଠେ ସେଇ ମୁହଁ… ତା’ ପ୍ରିୟର ହସ ହସ ମୁହଁ । ନିଦ୍ରା ଅଥବା ସ୍ୱପ୍ନରେ ନୁହେଁ, ସମ୍ପୂର୍ଣ୍ଣ ଜାଗ୍ରତ ଅବସ୍ଥାରେ । ସେ ଅସ୍ତବ୍ୟସ୍ତ ହୁଏ, ଯେମିତି ଅପେକ୍ଷା କରିଛି କାହାକୁ, କିଏ କଥା ଦେଇଛି ଆସିବାକୁ…….!

( ୩ )

ଦିନେ ଭୁବନେଶ୍ଵରରେ ଦେଖା ସାକ୍ଷାତରୁ ଆରମ୍ଭ ହୋଇଥିଲା ଦୁହିଁଙ୍କର ପ୍ରେମ । ଦୁହେଁ ଘଣ୍ଟା ଘଣ୍ଟା ବସିଲେ ଇନ୍ଦିରା ପାର୍କରେ, ଆଇନକ୍ସ ହଲ୍‌ରେ ଦେଖିଲେ “ଦିଲ୍‌ୱାଲେ ଦୁଲ୍ହନିଆ ଲେ ଜାଏଙ୍ଗେ” ଫିଲ୍ମ, ଆଁଗନ୍ ହୋରାଇଜନ୍ ହୋଟେଲରେ ଡିନର୍ କଲେ । ଏମିତି କେତେ ମଧୁର ମୁହୁର୍ତ୍ତର ମାଦକତରେ ଭରପୁର ଥିଲା ସେ ଦିନଗୁଡ଼ିକ । ଯାହାକୁ ଆଜିବି ମନେ ରଖିଛି ସୋନାଲି ।

( ୪ )

ଏହା ଭିତରେ ୭ ବର୍ଷ ବିତିଗଲାଣି । ସୋନାଲିର ବାହାଘର ପାଇଁ ତା’ ବାପା ଭାରି ବ୍ୟସ୍ତ, ଖୋଜୁଛନ୍ତି ଉପଯୁକ୍ତ ପିଲାଟି । ବିମ୍ବାଧର ପୁରୋହିତେ ଆଣିଛନ୍ତି ପ୍ରସ୍ତାବଟିଏ; ପିଲାଟିର ଫୋଟ ସହ କିଛି ପରିଚୟ । ସୋନାଲିର ବି ନେଇଛନ୍ତି ଫଟୋ । ବାପାବୋଉ ବହୁତ ଖୁସି, ପ୍ରସ୍ତାବଟି ମନକୁ ପାଇଛି । ପୁଅଟି କାଳେ ସୁନ୍ଦର, ମିସ୍ଟଭାସି, ଆତ୍ମନିର୍ଭରଶୀଳ ଓ ଭଦ୍ର …।

( ୫ )

ହଠାତ ସୋନାଲିର ମୋବାଇଲ ବାଜି ଉଠିଲା । ସବୁ ଭାବନାର ପୂର୍ଣ୍ଣଛେଦ ପଡ଼ିଗଲା । ହେଲୋ…. କହିବା କ୍ଷଣି ଭାସିଆସିଲା ମଧୁର ଡାକଟିଏ “ସୋନା”… କିଏ ସେ? କାହାର ଏ ସ୍ୱର? କିଏ ସେ ସୋନାଲିକୁ ସୋନା ବୋଲି ଡାକୁଛି । ଅତୀତର ପ୍ରତିଟି ମୁହୂର୍ତ୍ତକୁ ସୋନାଲି ଅନୁଭବ କଲା । ତା’ ଆଖିରୁ ବୁନ୍ଦା ବୁନ୍ଦା ସୁଖର ଲୁହ ଝରିପଡ଼ୁଥିଲା । ଥରଥର କଣ୍ଠରେ କହିଲା ସେ… ତାଂ..ଶୁ ! ସେପଟୁ ଉତ୍ତର ଆସିଲା କିଛି କହିବନି?

( ୬ )

କିନ୍ତୁ ସୋନାଲି ଭାବୁଥିଲା ଗୋଟେ କଥା… ଏହି ବୋଧେ ପ୍ରେମ, ଏଇ ବୋଧେ ଭଲପାଇବାର ଭବ୍ୟ ଅନୁଭବ, ଏଇ ବୋଧେ ପ୍ରଣୟର ପ୍ରକୃତ ପରିଚୟ । ସୋନାଲି ହାତରେ ସେତାଂଶୁର ଫୋଟ । ଦୀର୍ଘ ୭ ବର୍ଷ ଭିତରେ ଆଙ୍କିଥିବା କାନ୍‌ଭାସରେ ଚେହେରାଟି ଆଜି ବି ଠିକ୍ ସେମିତି !

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu