You are currently viewing ବିଶ୍ୱାସ
ବିଶ୍ୱାସ

ବିଶ୍ୱାସ

ତୁମ ସ୍ନେହ ଶ୍ରଦ୍ଧା ଏମିତି ଏକ ସୂର୍ଯ୍ୟଦୟ
ଯାହା ମୋତେ କରେ ଆଲୋକିତ ।
ତୁମ ଅବିଶ୍ୱାସ ଏମିତି ଏକ ଅନ୍ଧକାର
ଯାହା ମୋତେ କରିଦିଏ ଅଚିହ୍ନା ।
ତଥାପି ତ ତୁମେ ଲାଗ ଆହୁରି ନିଜର ।
ତୁମର ସ୍ନେହଭରା ମୁହଁରେ
ଶାରଦୀୟ ସଞ୍ଜର ଆକାଶେ
କେତେ ନିର୍ଲିପ୍ତ, ଅଥଚ କେତେ ଉଦାସ
ତୁମ ସୁରଭିତ ସମ୍ପର୍କର ପାଖୁଡ଼ା ।
ଝରି ପଡ଼ିଲେ ଅବେଳରେ
ଭାଙ୍ଗିଯାଏ ମନେ ଥିବା ସ୍ୱପ୍ନଗୁଡ଼ା ।
ତଥାପି ତୁମ ସ୍ମୃତି ବାରମ୍ବାର
ଧସେଇ ପଶେ ମନ ଭିତରକୁ
ମୁକୁଳା କରିଦିଏ
ହୃଦୟର ଦ୍ୱାର
ପ୍ରତୀକ୍ଷାର ଅସରନ୍ତି ପଥେ
ପ୍ରତ୍ୟୟ ଜଗାଏ ପ୍ରାଣେ
ସତେ ଯେମିତି
ତୁମେ ଏଇନା ଆସୁଛ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭଶ୍ରୀ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।