You are currently viewing ସେ ଏକ ମୋହ
ସେ ଏକ ମୋହ

ସେ ଏକ ମୋହ

ସେ,
ଖୁବ୍ ଗୋଟେ ବ୍ୟସ୍ତ ରୁହେ
ୱାଟ୍‌ସ୍ଆପ୍, ଫେସବୁକ୍
ଆଉ ମୋ ପ୍ରତୀକ୍ଷା
ତା’ ଅଫିସ୍ ଚାମ୍ବର ପାଖ
କବାଟରେ ପିଟି ହୋଇ ପଡ଼ିଯାଏ ।

ସେ,
ଚିନ୍ତିତ ରୁହେ
ତା’ ଅଫିସ୍ କାମ
ଘର ପ୍ରତି ଦାୟିତ୍ୱ
ଆଉ,
ତା’ ପବ୍-ଜୀ ଖେଳ ଭିତରେ
ମୋ ସତ୍ତା କେଉଁଠି ମରିସାରିଥାଏ ।

ପୁଣି ପ୍ରଶ୍ନ କରେ,
ସବୁଦିନ ଫୋନ୍ କରିବା କ’ଣ ପ୍ରେମ?
ବିଶ୍ୱାସ କର-
ହୃଦୟରେ ଅଛ ଆଉ ରହିବ ।

ସେ କୁହେ,
ଜୀବନ କ’ଣ କି
ମୋତେ ବଞ୍ଚିବାକୁ ଦିଅ
ବେଫିକର୍ – ବେପରୁଆ
ଆଉ,
ମୋ ଭିତରେ ସରି ଆସୁଥିବା ଆୟୁଷ
ତାକୁ ବାରମ୍ବାର ପ୍ରଶ୍ନ କରୁଥାଏ ।

ରାଜଶ୍ରୀ ସ୍ୱାଇଁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜଶ୍ରୀ ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି ।