You are currently viewing ସମ୍ପର୍କ
ସମ୍ପର୍କ

ସମ୍ପର୍କ

ସମ୍ପର୍କ ଯେ ସୃଷ୍ଟିହୁଏ ମନର ମିଳନେ
ସମସ୍ତଙ୍କୁ ବାନ୍ଧିରଖେ ତାହାରି ସୂତାରେ ।

ସମ୍ପର୍କର ଆଦି ଥାଏ ନଥାଏ ଯେ ଅନ୍ତ
ଜୀବନ ପାନ୍ଥଶାଳାରେ ସେ ଅଟେ ପଥିକ ।

ନୁହେଁ ସେ ତ କାଚଘର, ଆଘାତରେ ଭାଙ୍ଗିଯିବ
ନୁହେଁ ସେ ଶିଶିର ବିନ୍ଦୁ, ସୂର୍ଯ୍ୟ ଶୋଷିନେବ ।

ଭାଙ୍ଗିପାରେ ନାହିଁ ତାକୁ ଝଡ଼ ବା ବତାସ
ସମ୍ପର୍କ ବିଚ୍ଛେଦେ ବ୍ୟକ୍ତି ହୁଅଇ ନିରାସ ।

ସେ ସମ୍ପର୍କ ଅଟେ ପୁଣି ହସ କାନ୍ଦ ମିଶା
ଧୋଇ ପାରେ ନାହିଁ ତାକୁ ଅଦିନ ବରଷା ।

ବାସ୍ତବ ସମ୍ପର୍କେ କେବେ ନଥାଏ ଛଳନା
ପାରିବେନି କେହି କରି ତା’ ମୂଲ୍ୟ କଳନା ।

ରକ୍ତର ସମ୍ପର୍କ ଥାଏ ପ୍ରତି ଯୁଗେ ଯୁଗେ
କେତେକ ସମ୍ପର୍କ ସୃଷ୍ଟିହୁଏ ସମୟର ସ୍ରୋତେ ।

ସମ୍ପର୍କ ବନ୍ଧନକୁ ରଖି ହୁଏନି ଦୂରେଇ
ଭାଙ୍ଗିବାକୁ ନାହିଁ ତାକୁ କୌଣସି ବଇରି ।

କେବେ ପ୍ରେମ କେବେ ସେ ତ ଅଟଇ ବନ୍ଧୁତ୍ୱ
କେବେ ଗୁରୁ ଶିଷ୍ୟ କେବେ ଅଟେ ସେ ଭାତୃତ୍ୱ ।

ସେ ସମ୍ପର୍କ ସୃଷ୍ଟି ହୁଏ ହୃଦୟ କନ୍ଦରେ
ସ୍ନେହ ମମତା ପତାକା ଉଡ଼ାଏ ବିଶ୍ୱରେ ।

ସେ ସମ୍ପର୍କ ଅଟଇ ଯେ ଜୀବନର ମାନଦଣ୍ଡ
ଅବିଶ୍ୱାସ ଖଡ୍ଗ ତାକୁ କରେ ଖଣ୍ଡ ଖଣ୍ଡ ।

କେଶରୀ ପ୍ରସାଦ ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କେଶରୀ ପ୍ରସାଦ ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।