ଅଭିଶପ୍ତ ପ୍ରେମିକ
ମଧୁଶାଳା ଏବେ ମୋ ନୂଆ ଠିକଣା ମଦିରା ମୋ ପ୍ରିୟତମା ନିଶାସକ୍ତ ସାଜି ବିରହରେ ଭିଜି ଖୋଜେ ତୁମ ପରିସୀମା ॥ ଛଳନା ଛୁରୀରେ କ୍ଷତାକ୍ତ କରିଲ ଆଖିରୁ ଝରେ ରୁଧିର ବିଷଧର ପ୍ରାୟେ ଦଂଶନ କରିଲ ମରୁଛି ମୁଁ ବାରବାର ॥ ଅଦେଖା କ୍ଷତକୁ ଲୁଚେଇ ରଖିଛି ଉପଶମ ନାହିଁ ଯା’ର ମୃତ୍ୟୁର ସ୍ପର୍ଶରେ ଆରୋଗ୍ୟ ଲଭିବି ଏଇ ବୋଧେ ପ୍ରତିକାର ॥ ଶେଷ ନିଦ୍ରା ଏବେ ହେବ ଉପଗତ ଆଉ କିଛି କ୍ଷଣ ବାକି…

