You are currently viewing ଲାଜେଇ ପ୍ରିୟା
ଲାଜେଇ ପ୍ରିୟା

ଲାଜେଇ ପ୍ରିୟା

କାହିଁକି ସଜେଇ ହେଉଛ ଗୋ ପ୍ରିୟା
କୁସୁମ କେଶରେ ଗୁନ୍ଥି,
ବିନା କୁସୁମରେ ସଜ ତୁ ଲାଗୁଛ
ତେଜ ଭରା ତୋର ସିନ୍ଥି ।୧।

ନାଲି ଓଠ ଧାରେ ହସର ଜୁଆରେ
କାବୁ କର କିଛି ମତି,
ନ ଲୋଡ଼ା ତମର ବିଳାସ ସମ୍ଭାର
ନ ଲୋଡ଼େ ତୁମର କାନ୍ତି ।୨।

ସ୍ୱର୍ଣ୍ଣ ଅଳଙ୍କାର ନ ଲୋଡ଼ା ତମର
ଦେହଟା ସୁନେଲି ଜ୍ୟୋତି,
ଫିକା ପଡ଼ିଯିବ କାଞ୍ଚ କି କାଞ୍ଚନ
ଆସିଗଲେ ତମ କତି ।୩।

ନୟନ ଯୁଗଳ ସତେ ଛଳଛଳ
କଜଳ ସଜଳେ ମାତି,
ଚାହାଣି ସୁଢଳ ସତେ କି ବିରଳ
କହେ ମଧୁଛନ୍ଦା ପ୍ରୀତି ।୪।

କଙ୍କଣ ହାତଟି ରୁଣୁଝୁଣୁ ଶବ୍ଦେ
ଗୀତ ଗାଏ ନିତି ନିତି,
ଅଳସୀ ନିଦରୁ ଉଠି ପଡ଼ୁ ଯେବେ
ଗାଏ ସେ ଅଳସୀ ଗୀତି ।୫।

ନାସା ପଟ ତୋ’ର ଅପୂର୍ବ ସମ୍ଭାର
ମୂଖେ ଲାଗଇ କ୍ରାନ୍ତି,
ଶିହରଣ ଆଣେ ନିଃଶ୍ୱାସ ପବନେ
ଭାବ ବୁଣିଦେଉ ଗୁନ୍ଥି ।୬।

ରୂପ ଲାବଣ୍ୟର ତୁମେ ଲାସ୍ୟମୟୀ
ସ୍ୱଭାବେ ମଉନାବତୀ,
ମଧୁଝରା ତୁମ ଚେହେରା ରାଗିଣୀ
ଲାଜକୁଳା ଲାଜବତୀ ।୭।

ଆଭୂଷଣ ଦେହେ ଦିଶ ଅପସରା
ସ୍ୱର୍ଗପୁରୀ ପରି ସ୍ଥିତି,
ନ ସଜାଅ ଦେହେ ରଙ୍ଗର ପସରା
ଦେହେ ପରା ତୁମ ଜ୍ୟୋତି ।୮।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...