You are currently viewing ପ୍ରେମର ଏ ପହିଲି ଋତୁରେ
ପ୍ରେମର ଏ ପହିଲି ଋତୁରେ

ପ୍ରେମର ଏ ପହିଲି ଋତୁରେ

ପ୍ରେମର ଏ ପହିଲି ଋତୁରେ,
ଇଚ୍ଛା ହୁଏ ମୋର ଥାଆନ୍ତା କି
ଡେଣା ଉଡ଼ନ୍ତି ମୁଁ ତୁମରି ସାଥିରେ;

ପ୍ରେମର ଏ ପହିଲି ଖରାରେ,
ଭାବୁଛି ଏ ମନ ଗପିବାକୁ ଖାଲି
ତୁମ ସାଥେ ସମୁଦ୍ର କୂଳରେ;

ପ୍ରେମର ଏ ପହିଲି ବର୍ଷାରେ,
ମନ କହେ ଖାଲି ଭିଜିବାକୁ
ଆଜି କେବଳ ତୁମରି ସାଥିରେ;

ପ୍ରେମର ଏ ପହିଲି ଶୀତରେ,
ଯାଆନ୍ତି କି ବୁଲି ଦେଶ ବିଦେଶକୁ
ତୁମ ସାଥେ ମୁଁ ଜାହାଜରେ;

ପ୍ରେମର ଏ ପହିଲି ପର୍ବରେ,
କହେ ମନ ମୋର ଝୁମିବାକୁ
ଆଜି ପାର୍ବଣରେ ତୁମରି ସାଥିରେ;

ପ୍ରେମର ଏ ପହିଲି ମେଘରେ,
ଇଚ୍ଛା ହୁଏ ଖାଲି ବୁଲିବାକୁ ଆଜି
ତୁମ ସାଥେ ନୀଳ ବାଦଲରେ;

ପ୍ରେମର ଏ ପହିଲି ପାଠରେ,
ପଢ଼ନ୍ତି ମୁଁ ସବୁ ପ୍ରେମର କବିତା
ତୁମ ସାଥେ ନଦୀର କୂଳରେ;

ପ୍ରେମର ଏ ପହିଲି ଫୁଲରେ,
ସଜାନ୍ତି ମୁଁ ତୁମ କେଶ ବିନ୍ୟାସକୁ
ଫୁଲର ସେ ସୁନ୍ଦରତାରେ;

ପ୍ରେମର ଏ ପହିଲି ଗୀତରେ,
ଭାବୁଛି ଏ ମନ ହୁଅନ୍ତା ନିମଗ୍ନ
ତୁମ ସାଥେ ସଙ୍ଗୀତ ସୁରରେ;

ପ୍ରେମର ଏ ପହିଲି ରାତିରେ,
ଶୁଣନ୍ତି ମୁଁ ଖାଲି ତୁମ ମନ କଥା
ସାରା ରାତି ରହି ଅନିଦ୍ରାରେ;

ପ୍ରେମର ଏ ପହିଲି ଖାତାରେ,
ଭାବୁଛି ମୁଁ ଆଜି ଲେଖିବାକୁ
କିଛି କବିତା ତୁମରି ନାଁରେ;

ପ୍ରେମର ଏ ପହିଲି ସ୍ପର୍ଶରେ,
ଆସିଯାଏ ତୁମ ମୁହଁ ମୋ ଆଖି ଆଗରେ,
କଟିଯାଉ ଏ ଜୀବନ ତୁମରି ସାଥିରେ,
ତୁମେ ରହିଥାଅ ସଦା ମୋରି ସାଥିରେ,
ତୁମେ ରହିଥାଅ ସଦା ମୋରି ସାଥିରେ,
ତୁମେ ରହିଥାଅ ସଦା ମୋରି ସାଥିରେ….

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଯଜ୍ଞେଶ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।