You are currently viewing ଅଭିଶପ୍ତ ପ୍ରେମିକ
ଅଭିଶପ୍ତ ପ୍ରେମିକ

ଅଭିଶପ୍ତ ପ୍ରେମିକ

ମଧୁଶାଳା ଏବେ ମୋ ନୂଆ ଠିକଣା
ମଦିରା ମୋ ପ୍ରିୟତମା
ନିଶାସକ୍ତ ସାଜି ବିରହରେ ଭିଜି
ଖୋଜେ ତୁମ ପରିସୀମା ॥

ଛଳନା ଛୁରୀରେ କ୍ଷତାକ୍ତ କରିଲ
ଆଖିରୁ ଝରେ ରୁଧିର
ବିଷଧର ପ୍ରାୟେ ଦଂଶନ କରିଲ
ମରୁଛି ମୁଁ ବାରବାର ॥

ଅଦେଖା କ୍ଷତକୁ ଲୁଚେଇ ରଖିଛି
ଉପଶମ ନାହିଁ ଯା’ର
ମୃତ୍ୟୁର ସ୍ପର୍ଶରେ ଆରୋଗ୍ୟ ଲଭିବି
ଏଇ ବୋଧେ ପ୍ରତିକାର ॥

ଶେଷ ନିଦ୍ରା ଏବେ ହେବ ଉପଗତ
ଆଉ କିଛି କ୍ଷଣ ବାକି
କିବା ଲାଭ ଆଉ ତୁମରି ସ୍ମୃତିକୁ
ଛାତିରେ ଜାବୁଡ଼ି ରଖି ॥

ପ୍ରେମର ପାଉଣା ଦେଇଗଲ ଯାହା
ଯାଉଛି ମୁଁ ସାଥେ ନେଇ
ଆର ଜନମକୁ କରଜ ଶୁଝିବି
ସୁଧ ମୂଳ ସବୁ ଦେଇ ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।