You are currently viewing ଜୀବନର ମାଳି
ଜୀବନର ମାଳି

ଜୀବନର ମାଳି

ମୁଁ ଚାହେଁ ଚାଲିଯିବା ପାଇଁ
ଏ ଦୁନିଆଠାରୁ ବହୁଦୂରକୁ
ଯେଉଁଠାରେ ଖରା ଆଉ ବର୍ଷା
ଖେଳୁଥିବେ ହୋଲି
ଇନ୍ଦ୍ରଧନୁର ରଙ୍ଗ ନେଇ,
ଆକାଶ ଆଉ ମାଟି
ଖୁସିରେ ନାଚି ଉଠୁଥିବେ
ପରସ୍ପରର ସ୍ପର୍ଶ ପାଇ….

ସେଠି ଆଖିର ନଈ ଶୁଖିଯିବ ଆଉ
ଓଠ ବଗିଚାରେ ଫୁଟିଯିବ
ହସର ପୁଲକ,
ମନରେ ଭରିଯିବ
ବାଲ୍ୟ ଚପଳତା ଆଉ ଉନ୍ମାଦନା,
ମୋ’ଠାରୁ ବହୁଦୂରରେ ଥିବ
ସମାଜର ଲାଞ୍ଛନା….

ନଥିବେ କେହି
ପଥରୋଧ କରିବାପାଇଁ
ସ୍ୱପ୍ନକୁ ଦେବାପାଇଁ ଦଳି,
ହୃଦୟର ଉତ୍କର୍ଷତା ପ୍ରତିପାଦନ ପାଇଁ
ଜିଇଁ ଯିବି ସାଜି
ନିଜ ଜୀବନର ମାଳି…..

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଣୟ କିଶୋର ରଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।