You are currently viewing ଚା’ କପ୍‌ରେ ପ୍ରେମ
Odia Poem Cha Cup re Prema (ଚା' କପ୍‌ରେ ପ୍ରେମ) by Tika Govind

ଚା’ କପ୍‌ରେ ପ୍ରେମ

କେବଳ ଝଡ଼ ଉଠେନି,
ଅପେକ୍ଷିତ ହୃଦୟଟେ ମିଳିଲେ
ଚା’ କପରେ ପ୍ରେମ ବି ହୁଏ ।

ଆଖିରେ ଦେଖି ହୁଏ ଉତୁରୁଥିବା ପ୍ରେମ
ଆଙ୍ଗୁଠିରେ ଛୁଇଁହୁଏ ଉଷ୍ମତା,
ଓଠରେ ଚାଖି ହୁଏ ସ୍ୱାଦ,
କେବଳ ଅନୁଭବ ହିଁ କରିହୁଏ
ହୃଦୟର ଅଭ୍ୟନ୍ତରକୁ ଛୁଉଁଥିବା
ସେ ମିଠା ଗୋଟେ ବାସ୍ନା ।

ଠିକ ସେଥିପାଇଁ ବୋଧେ
କେହି ଜଣେ ଦେଖା ହେଲେ ହିଁ
ପାଟିରୁ ବାହାରେ
“ଗୋଟେ କପ୍ ଚା’ ହେଇଯାଉ?”

– ଟିକାଗୋବିନ୍ଦ ମହାନ୍ତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଟିକା ଗୋବିନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।