You are currently viewing ମୁଁ ଯଦି
Odia Poem Mun Jadi (ମୁଁ ଯଦି) by Arjun Das

ମୁଁ ଯଦି

ମୁଁ
ଯଦି
ପକ୍ଷୀଟେ
ହୋଇଥାନ୍ତି
ଗଗନେ ଘୂରି
ଦେଖି ଆସିଥାନ୍ତି
କି ସୁନ୍ଦର ଆହା ସେ
ପ୍ରାକୃତିକ ଭେଷଭୂଷା ॥

ମୁଁ
ଯଦି
ଫୁଲଟେ
ହୋଇଥାନ୍ତି
ନିତି ପ୍ରଭାତେ
ପ୍ରଭୁ ପାଦତଳେ
ଲାଗି କରି ସତେ ମୁଁ
ସ୍ଵର୍ଗୀୟ ସୁଖ ଭୋଗନ୍ତି ॥

ମୁଁ
ଯଦି
ଗଛଟେ
ହୋଇଥାନ୍ତି
ଖରା ବରଷାରେ
ସାହା ହୋଇ ସତେ ମୁଁ
ଛାଇ ଟିକେ ଦେଇଥାନ୍ତି ॥

– ଅର୍ଜୁନ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅର୍ଜୁନ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।