You are currently viewing ଆସ କେ କୁଟିବ ଚିତା
Odia Poem Asa Ke Kutika Chita (ଆସ କେ କୁଟିବ ଚିତା) by Sasmita Pradhan

ଆସ କେ କୁଟିବ ଚିତା

ପସରା ମୁଣ୍ଡେଇ
କେଲୁଣୀ ବୁଢ଼ୀ
ଆସ ଝିଅ, ବୋହୂ
ଛାଡ଼ଇ ରଡ଼ି ॥

ଆସ କେ କୁଟିବ
ଦେହରେ ଚିତା
ରାଧାକୃଷ୍ଣ ଅବା
ଶ୍ରୀରାମ ସୀତା ॥

ଥିରି ଥିରି କରି
ଦେବି ମୁଁ କୁଟି
ରହିଥିବ ସଦା
ଅଭୁଲା ସ୍ମୃତି ॥

ପିମ୍ପୁଡି କାଟିଲା
ପରି ଲାଗିବ
ଦିନେ ଦୁଇ ଦିନ
ପୀଡ଼ା ରହିବ ॥

ତା’ପରେ ଦିଶିବ
ଭାରି ସୁନ୍ଦର
ଝଟକୁ ଥିବ ସେ
ଦେହେ ତୁମର ॥

ଚିତା କୁଟା ମୋର
କୁଳ ବେଉସା
ଚିତା କୁଟି ଗଣି
ନିଏ ପଇସା ॥

ଢିଲା କରେ ନାହିଁ
କାମରେ ମୋର
କୁଟି ଦିଏ ଚିତା
ଭାରି ସୁନ୍ଦର ॥

ଆସ କେ କୁଟିବ
କରନି ଡେରି
କାମ ସାରି ଯିବି
ଘରକୁ ଫେରି ॥

– ସସ୍ମିତା ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସସ୍ମିତା ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।