You are currently viewing ବଞ୍ଚିବାକୁ ମୋତେ ଭୟ ଲାଗୁଛି
Odia Poem Banchibaku Mate Bhaya Laguchi (ବଞ୍ଚିବାକୁ ମୋତେ ଭୟ ଲାଗୁଛି) by Subham Behera

ବଞ୍ଚିବାକୁ ମୋତେ ଭୟ ଲାଗୁଛି

ଦଇବ ସାଜିଛି କାଳ ବୈଶାଖୀ
ସମୟ ହସୁଛି ନିଜକୁ ଦେଖି ॥

ଭାଇ ତ ସାଜିଲା ଭାଇରୁ ଭଗାରୀ
ଛିଡ଼ିଗଲା ଆଜି ସମ୍ପର୍କର ଡୋରି ॥

କିଏ ତ କାହାକୁ ଜିତେଇବା ପାଇଁ
ନିଜେ ସଜ କରେ ନିଜ ପାଇଁ ଜୁଇ ॥

ଏମିତିକା ଭାବେ ତା’ର ଦିନ ବିତୁଛି
ବଞ୍ଚିବା ପାଇଁ ମୋତେ ଭୟ ଲାଗୁଛି ॥

ସମୟ ନଈରେ ସବୁ ଭାସିଯାଏ
ପଛକୁ ଚାହିଁଲା ବେଳକୁ କିଛି ତ ନଥାଏ ॥

ଆଜି ଯେ ନିଜର କାଲି ସାତପର
ବଇରୀ ସାଜିଲା ଭାଗ୍ୟ ହେଲା ସାତପର ॥

ହସୁଥିଲା ଦିନେ ସୁନାର ସଂସାର
ଲାଗିଗଲା କି ସତେ କାହାର ନଜର ॥

ଦଇବ କାହିଁକି ଆଜି କାଳ ସାଜିଛି
ବାଛିବା ପାଇଁ ମୋତେ ଭୟ ଲାଗୁଛି ॥

– ଶୁଭମ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭମ ବେହେରା କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ମହାଲକ୍ଷ୍ମୀ ପୁର ଗ୍ରାମରେ ପିତା ଶମ୍ଭୁନାଥ ବେହେରା ଏବଂ ମାତା ସଂଘମିତ୍ରା ବେହେରାଙ୍କ ଔରସରୁ ୨୦୦୩ ମସିହା ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । +୨ ପାଠପଢ଼ା ଶେଷ କରି ଆଗକୁ ପଢ଼ା ଜାରି ରଖିଥିବା ଶୁଭମ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।