You are currently viewing ପୁଣି ଫେରି ଆସନ୍ତାନି ପିଲାଦିନ
ପୁଣି ଫେରି ଆସନ୍ତାନି ପିଲାଦିନ

ପୁଣି ଫେରି ଆସନ୍ତାନି ପିଲାଦିନ

ପୁଣି ଫେରି ଆସନ୍ତାନି ପିଲାଦିନ
ପୁଣି ଶୁଭନ୍ତାନି ଜେଜେମା’ର ଗୁଲୁରୁ ଗୁଲୁରୁ ଗପ,
ଜେଜେଙ୍କ ବଙ୍କୁଲୀ ବାଡ଼ି ଶବ୍ଦ ।

ପୁଣି ଶୁଭନ୍ତାନି ଚାଟଶାଳୀ ପାଠ
ଗୁରୁଙ୍କ ଛାଟ ମାଡ଼ ।

ଆଇ ହାତ ପୋଡ଼ ପିଠା
ପାଟିକୁ କରେ ମୋ’ର ମିଠା ।

ମାଇଁଙ୍କ ପିଠା ଚକୁଳି
ଭାଙ୍ଗେ ମୋ ଅଳି ଅର୍ଦ୍ଦଳି ।

ମୋ ଗାଁ’ ମୋ ପାଇଁ
ସରଗ ଭୂଇଁ ।

ଗାଁ’ରେ ସଞ୍ଜ ହୁଏ
ଗାଈ ଗୋଠ ଫେରେ
ହମ୍ବା ରଡ଼ି ଶୁଭେ
କି ଚମତ୍କାର ଦୃଶ୍ୟ
ଏବେ ବି ମୋ ମନ ରୁ ନ ଯାଏ ପାଶୋରି ।

ମୋ ଗାଁ ଠିକ ମୋ ମା ପରି
ସବୁ ଦୁଃଖକଷ୍ଟ ଯାଏ ସହି
କେବେ କାହାକୁ ପର ଭାବେନି ।

ପୁଣି ଫେରି ଆସନ୍ତାନି ପିଲାଦିନ
କୁଆଡ଼େ ଚାଲିଗଲା ସେଇ ହଜିଲା ଦିନ
ମନେ ପଡ଼ିଲେ ଭାଙ୍ଗିଯାଏ ମନ ।

ଅଭିମାନିନୀ ମନକୁ ବୁଝାଇଦିଏ
କୋହଭରା କଣ୍ଠକୁ ବାଷ୍ପରୁଦ୍ଧ କରିଦିଏ ।
ପୁଣି ଫେରିଆସେ,
ନିତିଦିନିଆ ଜୀବନ ଜୀଇଁବାକୁ ।

– ଚିକୁନ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିକୁନ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।