You are currently viewing ଶୀତ ସପନର
ଶୀତ ସପନର

ଶୀତ ସପନର

ଶୀତ ସପନର ସାଇତା ସ୍ମୃତିରେ
ଅବିର ରଙ୍ଗ ଭରି ।
ଫଗୁଣ ଫୁଲରେ ଚିଠି ଲେଖୁ ଲେଖୁ
ଠିକଣା ହେଲା ମୋ ଚୋରି ॥

ଚୋରା ଚଇତିର ଚଗଲା ପବନ
ଡକନା ଡକନା ଆଉ ।
ତୁମେ ଗଲା ପରେ ସହି ପାରିବିନି
ନିଦାଘ ନିଆଁର ଦାଉ ॥

ଡହ ଡହ ଆଜି ବୈଶାଖୀ ମୁଁ ଯେ
ନିଆଁରେ ତୋଲିଛି ଘର ।
ବୈଶାଖକୁ ମତେ ଡର ନାହିଁ ।
ହେଲେ ଶ୍ରାବଣକୁ ବେଶୀ ଡର ॥

– ସୁଦାମ ଚରଣ ସ୍ୱାଇଁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଦାମ ଚରଣ ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।