You are currently viewing ହେ ଇଶ୍ଵର
ହେ ଇଶ୍ଵର

ହେ ଇଶ୍ଵର

ସେ ଦଶ ଅବତାର ମଧ୍ୟରୁ
ଗୋଟିଏ ଅବତାର
ନେଲ ନାହିଁ କାହିଁ ନାରୀର?

ସେଥିପାଇଁ ବୋଧେ ବୂଝିପାରୁନ
କେତେ ଯନ୍ତ୍ରଣା ଏ ନାରୀ ଜୀବନର ।

ନାରୀ ଦୂର୍ଗା ନାରୀ କାଳୀ
କେବଳ ପୈାରାଣିକ କଥାବସ୍ତୁରେ
ଆଜିବି ସୀତା, କୃଷ୍ଣା ଘୂରି ବୁଲୁଛନ୍ତି
ତୁମଠାରୁ ନ୍ୟାୟ ଅପେକ୍ଷାରେ ।

ପୁରାଣର ଏତେ ଗଭୀରତାକୁ
ନାହିଁ ମୋର ଜ୍ଞାନ
ମୁଁ ତ ସାଧାରଣ ଝିଅଟିଏ
ସାଧାରଣ ଏ ଜୀବନ ।

ନାଁ ଦେଇପାରିବି ମୁଁ ଅଗ୍ନି ପରୀକ୍ଷା
ନାଁ ଜାଳିପାରୁଛି କୁରୁବଂଶ
ହେଲେ ସେମାନଙ୍କ ପରି
ଶୁଣୁଛି ନିନ୍ଦା ଗଞ୍ଜଣା
ପ୍ରତି ମୁହୂର୍ତ୍ତରେ ପ୍ରତ୍ୟାଖାନ ।

– ତାରାରାଣୀ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାରା ରାଣୀ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।