ସକାଳୁ କି ନିଦ !!!
ମୁଁ ଶବପ୍ରାୟ;
ଯୌତୁକରେ ପାଇଥିବା ଖଟ ଉପରେ
ତମ ଦରମା ପଇସାରେ କିଣା କମ୍ବଳରେ
ତମଠୁ ପାଇଥିବା ସନ୍ତକଟିକୁ ଜାକିଧରି କୋଳରେ ।
“ଏଇ… ବାପପୁଅ କେତେ ଶୋଇବ…?”
ସକାଳୁ ସକାଳୁ କେଁ କେଁ ଶବ୍ଦ
ମତେ କର ଦ୍ରୌପଦୀ ଆଉ ତମେ ହେଇଯାଅ ଦୁଃଶାସନ
ଫିଙ୍ଗିଦିଅ କମ୍ବଳକୁ
ଦେହେ ଘଷି ମୋର ତମ ଥଣ୍ଡା ଥଣ୍ଡା ହାତକୁ
ଆଖି ଖୋଲି ମୁଁ ଦେଖେ ତ !!!
ରାଜଧାନୀକୁ ଶୀତ ଛୁଇଁଥିଲା
ତମ ନାଲି ଜ୍ୟାକେଟ ଆଉ ପୁଷି କ୍ୟାଟ ଟୋପିରେ
ଶୁଭ୍ର ସକାଳରେ;
ଲାଲ ଦିଶୁଥିବା ତମ ଗାଲ କହୁଥିଲା,
“ମାଘ” ସନ୍ତର୍ପଣରେ ଚୁମାଟେ ଦେଇଛି
ମୁଁ ଶୋଇଥିବା ଅବସ୍ଥାରେ ॥
– ତୃପ୍ତି ରଞ୍ଜନ ଦାସ