You are currently viewing ପାହାନ୍ତି ସପନ
ପାହାନ୍ତି ସପନ

ପାହାନ୍ତି ସପନ

ନିସ୍ତବ୍ଧ ନିରଳା ବିଜନ ରଜନୀ
ଅକୁହା ସପନ ଅଭୁଲା କାହାଣୀ ।

ଗଗନେ ନକ୍ଷତ୍ର ଚଳନ୍ତି ଚନ୍ଦ୍ରମା
ସପନେ ଆସନ୍ତି ସୁନ୍ଦରୀ ପ୍ରତିମା ।

ଶରୀରେ ଶୋଭୁଛି ଅକୁହା ଅଳସୀ
ସୁନ୍ଦର ଲାଗୁଛି କାଖରେ କଳସୀ ।

ଶୀତୁଆ ଲହରୀ ଖେଳୁଛି ଜଗତେ
ସପନ ଧାଉଁଛି କୁହୁଡ଼ି ସଙ୍ଗତେ ।

ଅମାପ ସପନ ଆସୁଛି ନୟନେ
ଆନନ୍ଦ ଭରୁଛି ସପନେ ଶୟନେ ।

ପାହାନ୍ତି ପ୍ରଭାତ ଆସିଲା ଦଉଡ଼ି
ସପନ ମୋହର ଗଲାରେ ବିଗିଡ଼ି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପୂର୍ଣ୍ଣଚନ୍ଦ୍ର ରଣା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।