You are currently viewing ହଜିଗଲା
Odia Poem Hajigala (ହଜିଗଲା) by Niranjan Pande

ହଜିଗଲା

ଶିକ୍ଷାରୁ ଚରିତ୍ର,
କର୍ମ ଅପବିତ୍ର,
ସମାଜର ହିତ ହଜିଗଲା;
ଉଚ୍ଚ ଶିକ୍ଷା ନେଇ,
ବଡ଼ ପଦ ପାଇ,
ମାନବତା କାଇଁ ହଜିଗଲା?

ସ୍ୱାଭିମାନୀ ହୋଇ,
ଶାଗପେଜ ପିଇ,
ଆନନ୍ଦେ ଚଳିବା ହଜିଗଲା;
ଦରମା ଗୋଟେଇ,
ଉପୁରି କମେଇ,
ଆହୁରି ନିଅଣ୍ଟ ରହିଗଲା ।

ପରିବାର ପାଇଁ,
ରାତିଦିନ ଧାଇଁ,
ସପନର ଘର ଗଢ଼ି ଥିଲା;
ବାପାକୁ ଦୂରେଇ,
ମାଆକୁ ଦୂରେଇ,
ବୃଦ୍ଧାଶ୍ରମେ ପୁଅ ଛାଡ଼ିଦେଲା ।

ଝିଣ୍ଟିକା ମାରଇ,
ବଣିକୁ ପୋଷଇ,
ଅଜ୍ଞାନ ଅନ୍ଧାରେ ହଜିଗଲା;
ଧର୍ମକୁ ଅନେଇ,
ମାନବ ବୋଲାଇ,
ସତ୍ୟ ନ୍ୟାୟ କାହିଁ ହଜିଗଲା?

– ନିରଞ୍ଜନ ପାଣ୍ଡେ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନିରଞ୍ଜନ ପାଣ୍ଡେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।