You are currently viewing ସେ
ସେ

ସେ

ମୁଁ ଡଗ ଡଗ ଫୁଟାପାଣି
ସେ ଶାନ୍ତ ବରଫ,
ମୁଁ ବଲ ବଲ ଓଠ
ସେ ପ୍ରୀତିମଖା ହସ,
ମୁଁ ଫଡ଼ ଫଡ଼ ଡେଣା
ସେ ମଜବୁତ ବାହା,
ମୁଁ ଗର ଗର ଗ୍ରୀଷ୍ମ
ସେ ଧାରା ଶ୍ରାବଣ,
ମୁଁ ଠକ୍ ଠକ୍ ଦରଜା
ସେ ବନ୍ଦ ଝରକା,
ମୁଁ ତର ତର ଅଙ୍କ
ସେ ସରଳ ସମାଧାନ,
ମୁଁ ଠପ ଠପ ଲୁହ
ସେ ଲୁଣିଆ ଝାଳ,
ମୁଁ ଛମ ଛମ ପାଉଁଜି
ସେ ଗୁମସୁମ ରାତି,
ମୁଁ ଥର ଥର ଦେହ
ସେ ଅମାନିଆ ଝଡ଼,
ମୁଁ ସମ୍ ସମ୍ ସମର୍ପଣ
ସେ ଅପ୍ରାପ୍ତ ପ୍ରଣୟ ।

ପଲ୍ଲବୀ ପୂଜାପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଲ୍ଲବୀ ପୂଜାପଣ୍ଡା ଜଣେ କ୍ଷୁଦ୍ରଗଳ୍ପ ଲେଖିକା, କବି, ଅଧ୍ୟାପିକା, ପାଠିକା । ତାଙ୍କ ରଚିତ କବିତା ପ୍ରାୟ ସବୁବେଳେ ଫେସବୁକରେ ସେ ଛାଡ଼ୁଥିଲେ, ମାତ୍ର ପରେ ପ୍ରଥମେ ଶୁଭପଲ୍ଲବ ଜରିଆରେ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେ ଶୁଭପଲ୍ଲବର ଅନେକ ଗଳ୍ପ, କବିତାକୁ ଅଡ଼ିଓ ଭାବରେ ରେକର୍ଡ଼ କରିଛନ୍ତି ।