You are currently viewing ମାଟି ମାଆ
Odia Poem Mati Maa (ମାଟି ମାଆ) by Susmita Bavi

ମାଟି ମାଆ

ଆସ ଖେଳିବା ଗୀତ ଗାଇବା
ଏଇ ମାଟିକୁ ଭଲ ପାଇବା
ଆମେ ସବୁ ଭାଇ ଭାଇରେ
ସାନ ବଡ଼ କେହି ନୁହେଁରେ
ଗୋଟିଏ ମାଆର ଆମେ କୋଟିଏ ସନ୍ତାନ
ହୃଦୟରେ ଆମ ଗୋଟିଏ ପ୍ରାଣ
ନିଜେ ହସିବା ଦୁନିଆକୁ ହସାଇବା
ଏଇ ମାଟିକୁ ଆମେ ଭଲ ପାଇବା ॥

ମାଟିମା’ କୋଳେ ଆମେ ନେଇଛୁ ଜନମ
ତା’ରି ପାଣି ପବନରେ ଗଢ଼ା ଆମରି ଜୀବନ
ଏଇ ମାଟି ଆମ ମାଆ
ବିପଦ ଆପଦରେ ହୁଅଇ ସାହା
ତା’ର ଜୟ ଜୟକାର ଆମେ କରିବା
ମାଟି ମାଆକୁ ଆମେ ପୂଜା କରିବା
ଆସ ଖେଳିବା ଗୀତ ଗାଇବା
ମାଟି ମାଆକୁ ଭଲ ପାଇବା ॥

କେତେ ବୀରପୁରୁଷଙ୍କର ଏଇଠି ଜନମ
ସେମାନେ ଥିଲେ ମାଟିମା’ର ସୁଯୋଗ୍ୟ ସନ୍ତାନ
ରଖିବା ପାଇଁ ଦେଶର ମାନ
ଦେଇଥିଲେ ସେ ନିଜର ପ୍ରାଣ
ସେମାନଙ୍କ ପରି ଆମେ ହୋଇବା
ମାଟି ମାଆ ପାଇଁ ଆମେ ଲଢ଼ିବା
ଟିକି ଟିକି କଢ଼ି ଆମେ ଫୁଟିବା କାଲି
ଗୁଣର ମହକ ଦେବା ଦୁନିଆ ଭରି
ମାଟି ମା’କୁ ଆମେ ରକ୍ଷା କରିବାବେଳେ
ବରଂ ଝଡ଼ିଯିବା ଆମେ ଅବେଳରେ
ଦେଶପାଇଁ ଆମେ ପ୍ରାଣ ଦେବା
ନିଜ ଜୀବନକୁ ଧନ୍ୟ କରିବା
ଆସ ଖେଳିବା ଗୀତ ଗାଇବା
ମାଟି ମାଆକୁ ଆମେ ଭଲ ପାଇବା ॥

– ସୁସ୍ମିତା ବାଭୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁସ୍ମିତା ବାଭୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।