You are currently viewing ମାଟିକାନ୍ଥ
Odia Poem Mati Kantha (ମାଟିକାନ୍ଥ) by Saroj Sahoo

ମାଟିକାନ୍ଥ

ମାଟିକାନ୍ଥ ମୋର ଲାଗଇ ସୁନ୍ଦର
ଗାଏ ଅତୀତର ଗାଥା
ପୂନେଇ ପରବ ଅବା ଶୁଭଦିନେ
ପଡ଼ୁଥିଲା ଝୋଟିଚିତା ।

ଭାସି ବୁଲୁଥିଲା ମାଟିର ମହକ
ଗୋବରରେ ଭରା ଦେହ
ସହି ଅଛି ସିନା ଦୁଃଖର ଯନ୍ତ୍ରଣା
ଢାଳିନାହିଁ ଟୋପେ ଲୁହ ।

ଖରା ବରଷାକୁ ସହିଛି ଆନନ୍ଦେ
ପରିବାର ଖୁସି ପାଇିଁ
ଛାଇପରି ସଦା ରହିଅଛି ଜଗି
ମୁରବୀର ହାତ ନେଇ ।

ହସକାନ୍ଦ ସବୁ ଦେଖିଛି ଆମରି
ତଥାପି ରୁଷିନି ଥରେ
ପିଲାବେଳ ସହ ଯୌବନ ବାର୍ଦ୍ଧକ୍ୟ
କଟିଅଛି ଏଇ ଘରେ ।

ଅଲୋଡ଼ା ରହିଛି ଆଜିବି ତା’ପାଖେ
ସୁଖ ସ୍ୱାଛନ୍ଦର ଭାବ
ଶାନ୍ତ ପରିବେଶ ମନରେ ଭରିଣ
ସଭିଁଙ୍କୁ ଆଦରି ନେବ ।

– ସରୋଜ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସରୋଜ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।