You are currently viewing ତୁମ ଆସିବାର ଅଭିପ୍ରାୟ
ତୁମ ଆସିବାର ଅଭିପ୍ରାୟ

ତୁମ ଆସିବାର ଅଭିପ୍ରାୟ

ଅଳ୍ପ କିଛି ଦିନର ପରିଚୟ
ଜାଣେନା ମୁଁ ତୁମ ଆସିବାର ଅଭିପ୍ରାୟ ।

ଲାଗୁଥିଲା ଜୀବନ ଏଇଠି ସରିଗଲା,
ଏବେ ଲାଗେ ଯେମିତି ଆରମ୍ଭ ହେଲା ।

ଯେମିତି ରାତି ଆସିଲେ ହୁଏ ଅନ୍ଧାର
କିନ୍ତୁ ନିଶ୍ଚିନ୍ତ ଯେ ଆସିବ ନୂଆ ସକାଳ ।

ଅଜଣା ଥିଲ ବୋଲି ଲାଗୁଥିଲା ଡର
ଏବେ କାହିଁ ଲାଗ ତୁମେ ନିଜର ନିଜର ।

ମତେ ତୁମ ଜୀବନକୁ କରିଛ ସ୍ୱାଗତ
କେମିତି ଜଣେଇବି ମୋ ମତାମତ?

ଚାହେଁନା ମୁଁ ହବାକୁ ବାଟର ବାଟୋଇ
ରହିବାକୁ ଚାହେଁ ମୁଁ ହେଇ ତୁମ ଛାଇ ।

ଆଶା କରେ ଭାଙ୍ଗିବନି ବିଶ୍ୱାସ ମୋହର
ଏବେ ତୁମେ ମୋର ଅତି ଆପଣାର ।

ସମିତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସମିତା ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ କବୟତ୍ରୀ ବା ଗାଳ୍ପିକା ଯିଏକି ଓଡ଼ିଆ ଏବଂ ହିନ୍ଦୀରେ ଭାଷାରେ ବିଭିନ୍ନ ପ୍ରକାରର କବିତା ଏବଂ ଗଳ୍ପ ରଚନା କରିବା ସହ ଛୋଟ ଛୋଟ ଇଂରାଜୀ କୋଟ୍ ମଧ୍ୟ ରଚନା କରିଥାନ୍ତି ।