You are currently viewing ଯଦି କେହି କୁହନ୍ତା, କେମିତି ହୁଅନ୍ତା !
Jadi Kehi Kuhanta, Kemiti huanta Kemiti huanta (ଯଦି କେହି କୁହନ୍ତା, କେମିତି ହୁଅନ୍ତା !) Odia Poem by Pranay Kishore Rath

ଯଦି କେହି କୁହନ୍ତା, କେମିତି ହୁଅନ୍ତା !

ତୁମ ବିନା, ଦୀପରେ ସେ ତେଜ ନାହିଁ,
ତୁମ ବିନା, ବାଣରେ ସେ ରୋଷ ନାହିଁ,
ତୁମେ ଯେବେ ପାଖେ ନାହଁ, ମନ କେମିତି ବା ମାନନ୍ତା !
ଯଦି କେହି କୁହନ୍ତା, କେମିତି ହୁଅନ୍ତା !

ନୂଆ ଡ୍ରେସ୍, ଅତର, କାନଫୁଲେ ସଜାସଜି,
ଆଲୋକର ମେଘମାଳେ, ଅଳ୍ପ ଅଳ୍ପ ଭିଜାଭିଜି
ତୁମେ ଯେବେ ପାଖେ ନାହଁ, ଏ ସବୁରେ ପ୍ରୀତି କିବା ଆସନ୍ତା !
ଯଦି କେହି କୁହନ୍ତା, କେମିତି ହୁଅନ୍ତା !

କୋଳାହଳ ଭିଡ଼ ମଧ୍ୟେ, କାହିଁକି ଯେ ଏକାଲାଗେ,
କୃଷ୍ଣହୀନ ଗୋପୀମେଳେ, ବିରହିଣୀ ରାଧା ସାଜେ,
ତୁମେ ଯେବେ ପାଖେ ନାହଁ, ଆତୁରେ ପ୍ରାଣ କି ନଝୁରନ୍ତା !
ଯଦି କେହି କୁହନ୍ତା, କେମିତି ହୁଅନ୍ତା !

ପିଠାପଣା, ମିଷ୍ଟାନ୍ନରେ କି, ହୃଦ କ୍ଷୁଧା ବୁଝେ,
ଆଲୋକିତ ଅନ୍ଧାରେ, ଏ ଆଖି, ତୁମ ଆଖି ଖୋଜେ,
ତୁମେ ଯେବେ ପାଖେ ନାହଁ, ଆଖି ଶାନ୍ତିରେ କି ବୁଜନ୍ତା !
ଯଦି କେହି କୁହନ୍ତା, କେମିତି ହୁଅନ୍ତା !
ଯଦି କେହି କୁହନ୍ତା, କେମିତି ହୁଅନ୍ତା !

– ପ୍ରଣୟ କିଶୋର ରଥ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଣୟ କିଶୋର ରଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।