You are currently viewing ମୋର୍ ମନର କଥା
Mor Manar Katha (ମୋର୍ ମନର କଥା) - Sambalpuri Poem by Kalyani Nanda

ମୋର୍ ମନର କଥା

ଯିମା କାଏଁ ବୁଲି ଆଏଲା ଘାଏ,
ସେ ଦିନର୍ ସେ ସମତା କେ,
ଶୁଭ ପଡ଼ମା ବେଫିକର ହଲେଇକରି ସମିଆର୍ କୁଲେ ।

ଶୁନମା ନଏଦ୍ ପାନିର,
ଖଲ୍ ଖଲ୍ ବୁହି ଯିବାର ସୁର୍ ଟିକେ,
ଉଦୁଉଦିଆ ଦୁଇ ପହରର,
ଉଷୁମ ଉଷୁମ ସୁଲୁସୁଲିଆ ଧୁକା ସଂଗେ,
କଥା ଦୁଇ ପଦ ହେମା ଘାଏ ତାର୍ ସଂଗେ,
ଯିମା କାଏଁ ଆର ଘାଏ ବୁଲି ଆଏମା ।

କେଡେ ସୁନ୍ଦର ମନଟେ ଥିଲା,
ନାଇଁ ଥିଲା ରାଗ, ରୁଷା ଟିକେ,
ନାଇଁ ହେଉଥାଇ ସାନି ଘାଣ୍ଟି,
ନାଇଁ ଥିଲା ମନେ ଚିନ୍ତା ଦକ୍ ଟିକେ,
ସପନ ରାଇଜୁଁ ବୁଲି ଆଏମା,
ଶୁଇକରି ସମିଆର୍ କୁଲେ,
ଯିମା କାଏଁ ଆର ଘାଏ ବୁଲି ଆଏମା ।

ଆଜିର ଇ ଛକାପଞ୍ଜାର୍ ଦୁନିଆଁ ଥି,
କେନୁ ପାଏନା ଏନ୍ତା ସୁନ୍ଦର ଦିନ ଟେ,
ନିଜର, ପର ନାଇଁ ଭାବୁଥାଇ,
ସୁଖ, ଦୁଃଖ କେ ନିଜର ଭିତରେ ବାଁଟି ନେଉଥିଲେ,
ଚାଲ ନାଇଁ ଯେ ଫିରିଯିମା ସେ ଦିନର ସେ ସମିଆ କେ,
ବେଫିକର ହେଇକରି ଶୁଇ ତ ପାରମା ଘାଏ,
ଯିମା କାଏଁ ଆର ଘାଏ ବୁଲି ଆଏମା ।

– କଲ୍ୟାଣୀ ନନ୍ଦ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କଲ୍ୟାଣୀ ନନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।