You are currently viewing ସୁରତାଥି ମନୋଜ ଦାସ
Sambalpuri Poem Suratathi Manoj Das (ସୁରତାଥି ମନୋଜ ଦାସ) by Debendra kumar Naik

ସୁରତାଥି ମନୋଜ ଦାସ

ବାଲେଶ୍ୱର ଜିଲ୍ଲା ଶଙ୍ଖାରି ଗାଁଥି
ହେଇଥିଲ ତୁମେ ଜନମ
ମାଁ ମାଟିର ଗରବ ଆରୁ ଗୌରବ
ଦିଗନ୍ତ ବିସ୍ତାରୀ ଯଶ ନାମ ॥

ଓଡ଼ିଆ ଆରୁ ଇଂରେଜୀ ଭାଷା
ସାହିତ୍ୟନେ ଅଗାଧ ଜ୍ଞାନ
କଥାଶିଳ୍ପୀ, ଗାଳ୍ପିକ, ଶିକ୍ଷାବିତ୍
ଭାବେ ଅରଜିଛ ସନମାନ ॥

ସୃଷ୍ଟି ସର୍ଜନାଥି ଧୂମ୍ରାଭ ଦିଗନ୍ତ
ଅନନ୍ୟ ସେ ଅମୃତ ଫଳ
ଶେଷ ବସନ୍ତର ଚିଠି, ସଙ୍କେତ
ଝରି ଝରି ଝରନର ଜଳ ॥

ଭାଷା ସାହିତ୍ୟର ଉତ୍ତରଣକ୍ରମେ
ତୁମର ଦାନ ଅତୁଳନୀୟ
ଚିରନିଦ୍ରା ବୋଲି ଯୁଗ ଅବସାନ
କ୍ଷତି ହେଲା ଅପୂରଣୀୟ ॥

ଶଙ୍ଖାରି ଗାଁନୁ ପୁଡ଼ୁଚେରୀ ଯାଏ
ଖେପିଗଲା ଚାରହିଖୁତି
ପ୍ରତିଭା ତୁମର ଦିଗନ୍ତ ବିସ୍ତାରୀ
ଗୁର୍ଦୁଟେ ପୁରସ୍କାର ଜିତି ॥

ମନୋଜ ପଞ୍ଚବିଂଶତି, ପଦଧ୍ୱନି
କଥାଶିଳ୍ପୀ ଯେ କାଳଜୟୀ
କଥାନୀ ତ ଆଲୋକ ଓ ଆନନ୍ଦ
ଅସ୍ତମିତ ସୂର୍ଯ୍ୟ ଚିରସ୍ଥାୟୀ ॥

– ଦେବେନ୍ଦ୍ର କୁମାର ନାଏକ

“କଥାଶିଳ୍ପୀ ତୁମେ ସୁଦକ୍ଷ ବିନ୍ଧାଣି
ପାଇଛ ସରସ୍ୱତୀ ସମ୍ମାନ
ପଦ୍ମଶ୍ରୀ, ପଦ୍ମଭୂଷଣଥି ଭୂଷିତ ହେଲ
ସୁରତାଥି ଜଗନ୍ନାଥ ସମ୍ମାନ ॥”

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବେନ୍ଦ୍ର କୁମାର ନାଏକ ଓଡ଼ିଆ, ସମ୍ବଲପୁରୀ ତଥା କୋସଲୀ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇବା ସହିତ ପାଠକୀୟ ଆଦୃତି ଲାଭ କରିଛି । ଏଥି ସହିତ ସେ ବିଭିନ୍ନ ପତ୍ରପତ୍ରିକା ତଥା ସାହିତ୍ୟ ସଂସ୍ଥା ସହିତ ଜଡ଼ିତ ଅଛନ୍ତି ।