You are currently viewing ଗଣ ଦୁଷ୍କର୍ମ
Odia poem Gana Duskarma (ଗଣ ଦୁଷ୍କର୍ମ) by Nilambar Mahananda

ଗଣ ଦୁଷ୍କର୍ମ

ବଞ୍ଚିବାକୁ ଦିଅ ପୃଥିବୀ ପୃଷ୍ଠରେ
ବଞ୍ଚିବାକୁ ମୋତେ ଦିଅ
ଅବଳା ଦୁର୍ବଳା କହୁଛି ଦୁନିଆ
ତୁମେ ଥରେ ଭାବି ଦେଖ !!

ଦିନକୁ ଦିନ ଗଣ ଦୁଷ୍କର୍ମ
ହେଉଅଛି କାହା ପାଇଁ
ଏଥିପାଇଁ କ’ଣ ସମସ୍ତେ ନିରବ
ନେତା ମନ୍ତ୍ରୀ କାହା ପାଇଁ??

ନ୍ୟାୟ ମିଳୁନାହିଁଁ ପୀଡ଼ିତାଙ୍କୁ କାହିଁ
ଦୋଷୀକୁ ମିଳୁନି ଦଣ୍ଡ
ଆଉ କେତେଦିନ ଏମିତି ଚାଲିବ
ଝିଅ ଜନମ କି ପାପ??

ନାରୀପାଇଁ ଆଜି ଦୁନିଆର ସୃଷ୍ଟି
ନାରୀ ଜନ୍ମ ଦେଲା ତୁମକୁ
ଜନ୍ମ ଦେଲା ହେଲେ ଜାଣିପାରୁନି
ଦେଇଛି ଜନମ ପଶୁକୁ !!

ଭୁଲି ଯାଅ ନାହିଁ ଆଗକୁ ତୁମର
ହେବ ପୁଣି ଝିଅ ଜନ୍ମ
ଭବିଷ୍ୟତ କଥା ଭାବି କି ଥରେ
ଗଣଦୁଷ୍କର୍ମ ଛାଡ଼ !!

– ନୀଳାମ୍ବର ମହାନନ୍ଦ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନୀଳାମ୍ବର ମହାନନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।