You are currently viewing ବସନ୍ତ ମଳୟ
Odia Poem Basanta Malaya (ବସନ୍ତ ମଳୟ) by Basanta Pradhan

ବସନ୍ତ ମଳୟ

ହାତେ ହାତେ ଦେଲେ ହାତୀ ଉଠିଯାଏ
କହନ୍ତି ଜଗତ ଲୋକ,
ତୁହିରେ କାଳିଆ ହାତ ଟେକି ଦେଲେ
ଆଉ କି ରହନ୍ତା ଦୁଃଖ ।

ହାତୀ ବୁଲୁଥିଲେ ବନସ୍ତ ଭିତରେ
ଅଟେ ସେ ତ ରାଜାଙ୍କର,
ଯେଉଁଠି ମୁଁ ଥାଏ ଯେପରି ବା ଥାଏ
ତୁହି ମୋର ଆପଣାର
କାଳିଆ ରାଜାରେ ମୋର ।
ସୁଖର ଦୁଃଖର ସାଥି ତୁହି ମୋର
ତୁହି ମୋ ପରାଣ ମିତ ।

ବଞ୍ଚିଥିଲେ ଲକ୍ଷେ ମରିଗଲେ ଲକ୍ଷେ
ମୂଲ୍ୟ ସିନା ହାତୀଟିର,
ଏଇ ଜୀବନର କେତେ ମୋର ମୂଲ୍ୟ
ତୋତେରେ ସିନା ଗୋଚର
କାଳିଆ ରାଜାରେ ମୋର ।
ମୋ’ ଛୋଟ ମନରେ ଏତିକି ବୁଝିଛି
ତୋ’ ବିନା ମୁଁ ନିରର୍ଥକ ।

– ବସନ୍ତ ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।