You are currently viewing ପାଠ୍ ପଢ଼ି ଯିମିଁ ମୁଇଁ
Odia Poem Path Padhi Jimi Muin (ପାଠ୍ ପଢ଼ି ଯିମିଁ ମୁଇଁ) by Satyanarayan Padhan

ପାଠ୍ ପଢ଼ି ଯିମିଁ ମୁଇଁ

ନାଇଁଯାଏଁ ଆରୁ ମୁଇଁ ଦାଦନ୍ ଖଟି
କାମ୍ ନାଇଁକରେଁ କାର୍ ଇଟାଭାଟି
ସଜେଇ ଦେ ମାଁ ତୁଇ,
ଇସ୍କୁଲେ ନେଇ ଛାଡ଼ି ଆଇବୁ ଚାଲ୍
ପାଠ୍ ପଢ଼ି ଯିମିଁ ମୁଇଁ ।୧।

ସାହୁକାର୍ ପିଟେ ତେଁତେଲ୍ ବାଡ଼ି
ଦିହିଁଗୁଟା ଲୁଲାହ୍ ଯାଉଛେ ପଡ଼ି
ଆହା ପଦେ କହେ ନାଇଁ,
ଦୁଇ ଅକ୍ଷର୍ ଶିକ୍ଷି ବୁଧିଫନ୍ଦା କରମି
ପାଠ୍ ପଢ଼ି ଯିମିଁ ମୁଇଁ ।୨।

ଗରିବ୍ ଛୁଆକୁ, ସରକାର୍ ଜାନିଁ
ଯୁଗେଇ ଦେଉଛେ ବହି-ବସ୍ତାନି
କିଛି ଘିନା ପଡ଼େ ନାଇଁ,
ଭାତ୍ ତୁନ୍ ଭଜା ଦେଉଛେ ଫେର୍ ଗୋ
ପାଠ୍ ପଢ଼ି ଯିମିଁ ମୁଇଁ ।୩।

ମିଲୁ ନାଇଁମିଲୁ ଚାକିରୀ ଭଲା
ବୁଧିଫନ୍ଦା କରି ଜିଁ’ଲେ ହେଲା
ଠକି ନାଇଁ ପରନ୍ କେହି,
ଗୁରୁଜ୍ଞାନ୍ ପାଇ ଭଲ୍ ମୁନୁଷ୍ ହେମିଁ
ପାଠ୍ ପଢ଼ି ଯିମିଁ ମୁଇଁ, ପାଠ୍ ପଢ଼ି ଯିମିଁ ମୁଇଁ ।୪।

– ସତ୍ୟନାରାୟଣ ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସତ୍ୟ ନାରାୟଣ ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।