You are currently viewing ମୋ ସାଗରିକା
Mo Sagarika (ମୋ ସାଗରିକା) - Romantic Odia Poem by Sagar Nayak

ମୋ ସାଗରିକା

ସେଇ ମୋ ଅମାନିଆ ବର୍ଷା
ଭାରି ଜିଦି କରେ
ଅବେଳାରେ ତମତମ ହେଇ ଟପଟାପ ଝରେ…..!!!!(୧)

ଗୁମସୁମ ରହେ ବାଦଲ ଭିତରେ
ରିମଝିମ ଝରେ କେବେ ପାହାଡ଼ ଉପରେ….!!!!!!(୨)

ଦୁମଦାମ ନାଚେ କେବେ ପ୍ରିୟା ଅଗଣାରେ
ଟୁପଟୁପ ଝରେ କେବେ ତା’ ଘର ନୂଆଁଣିରେ….!!!!(୩)

ଝିଲମିଲ ହୁଏ କେବେ ସବୁଜ ପତ୍ରରେ
ପ୍ରିୟା ଖିଲିଖିଲି ହସେ
ଫୁଲ ପାଖୁଡ଼ାରେ
ତା’ ଗୁଲଗୁଲ କଥାରେ
ଭିଜିଲା ଓଠରେ
ବର୍ଷା ବରସି ଯାଏ
ପ୍ରିୟାର ଲାଜୁଆ ଆଖିରେ
ମୁଁ ଭିଜେ ତା ବିନା
ଦୂର ରାଇଜରେ
ଦେଖିବାକୁ ଇଚ୍ଛା ହୁଏ
ସବୁ ମୁହୂର୍ତ୍ତରେ………!!!!!!(୪)

– ସାଗର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସାଗର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।