You are currently viewing ଶାନ୍ତ ଶିଷ୍ଟ ଝିଅ
Santasista Jhia (ଶାନ୍ତ ଶିଷ୍ଟ ଝିଅ) - Odia Poem by Pallavi Pujapanda

ଶାନ୍ତ ଶିଷ୍ଟ ଝିଅ

“ଯା’ ଆଉ କେବେ କଥା ହେବିନି,
କେବେ କିଛି କହିବିନି…”
ମୁହଁରେ ତାଲା ଦେଇ
ଅପେକ୍ଷା କରେ,
ତୁମ ଉତ୍ତରକୁ
ଯୋଗାଡ଼ କରେ ପ୍ରତିଉତ୍ତର
ତମେ ଏୟା କହିଲେ…
ମୁଁ ସେୟା କହିବି,
ତମେ ସେୟା କହିଲେ…
ମୁଁ ଏୟା କହିବି,
ନା ନା…
ତମେ କାଳେ ପୁନର୍ବାର ଶାସ୍ତି ଦେବ,
ଏକ ଲମ୍ବା ନୀରବତା
ମୋ ମୁହଁରେ ଫୋପାଡ଼ି ଦେବ,
ଥାଉ !
ସବୁ ଆବେଗ ଗୋଟା ଗୋଟି କରି
ଛାତି ତଳେ ମାଡ଼ି ଦେବି,
ଲୁହ ଧାରେ ବୋହିବ ତ !
ବୋହୁ,
ବାଁ ହାତେ ପୋଛିଦେବିନି !
ତମେ ବି ସାମ୍ନା କର ମୋ ସ୍ୱାଭିମାନ
ଭୋଗ, ମୋ ଅଭିମାନ !
ଧେତ୍,
ପେଟ ଭିତରଟା ଘୁଡ଼ୁଘୁଡ଼ୁ ହେଲାଣି,
ଏଇ !
ଏଇ ଥରଟା ଟିକେ ଗପିଦିଏ
ଶୁଣ !
ଶୁଣିନିଅ କେବଳ…
ଶୁଣି ନଶୁଣିଲା ପରି ରହିଗଲ !
କୁହ !
କିଛି ତ କୁହ,
ମୁଁ ଯେ’ ପ୍ରତିଉତ୍ତର ଭାବିସାରିଲିଣି…

– ପଲ୍ଲବୀ ପୂଜାପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଲ୍ଲବୀ ପୂଜାପଣ୍ଡା ଜଣେ କ୍ଷୁଦ୍ରଗଳ୍ପ ଲେଖିକା, କବି, ଅଧ୍ୟାପିକା, ପାଠିକା । ତାଙ୍କ ରଚିତ କବିତା ପ୍ରାୟ ସବୁବେଳେ ଫେସବୁକରେ ସେ ଛାଡ଼ୁଥିଲେ, ମାତ୍ର ପରେ ପ୍ରଥମେ ଶୁଭପଲ୍ଲବ ଜରିଆରେ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେ ଶୁଭପଲ୍ଲବର ଅନେକ ଗଳ୍ପ, କବିତାକୁ ଅଡ଼ିଓ ଭାବରେ ରେକର୍ଡ଼ କରିଛନ୍ତି ।