You are currently viewing ପ୍ରଥମ ପ୍ରେମ
ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

ପ୍ରଥମ ଦେଖାରେ ଯେବେ, ତାକୁ ମନ ଦେଇ ଆସିଲି ।
ଜଣେ ଅଜଣା ଚେହେରାକୁ ହୃଦୟ ଆଇନାରେ ଆଙ୍କିଦେଇ ଆସିଲି ॥
ଆଖିପଲକରେ ଯେବେ ମୋର, ତା’ ସ୍ୱପ୍ନନେଇ ଆସିଲି ।
ଜଣେ ଅଜଣା ଚେହେରାକୁ ନିଜର ଭାବିଦେଇ ଆସିଲି ॥

ଲୁଚି ଲୁଚି ତାକୁ ଦେଖୁଥାଏ ନିତି,
ତାକୁ ନଦେଖିଲେ ଥରେ, ରାତିରେ ନିଦ ଆସେନା ।
ତା ବିନା ବଞ୍ଚିବା, ଏବେ ଆଉ ସମ୍ଭବ ହୁଏନା ॥
ଏକା ଏକା ଆଉ ଜୀବନଚଲାପଥେ ଚାଲିବାକୁ ଇଚ୍ଛା ହୁଏନା ।
ତା ବିନା ବଞ୍ଚିବା, ଏବେ ଆଉ ସମ୍ଭବ ହୁଏନା ॥

ମୋ ହୃଦୟରେ, ଭିନ୍ନ ଏକ କାହାଣୀର ନାୟିକା ସେ,
ତା ବିନା ମୋ ସ୍ୱପ୍ନ ସାମ୍ରାଜ୍ୟରେ ମୁଁ ନାୟକ ହେଇ ପାରେନା ॥
ତାକୁ ନଭାବିଲେ ଥରେ, ରାତିରେ ନିଦ ହୁଏନା ।
ତା ବିନା ବଞ୍ଚିବା, ଏବେ ଆଉ ସମ୍ଭବ ହୁଏନା ॥

ମନର ମାନସୀ ମୋର ସେ, ତାକୁ ହିଁ ତ ଏ କଥା ଅଜଣା ।
ତାକୁ ସ୍ୱପ୍ନରେ ଯେବେ ଦେଖେ, ଆଖି ଖୋଲିବାକୁ ଇଚ୍ଛା ହୁଏନା ॥
ତାକୁ ମନେମନେ ନଛୁଇଁଲେ ଥରେ, ରାତିରେ ନିଦ ହୁଏନା ।
ତା ବିନା ବଞ୍ଚିବା, ଏବେ ଆଉ ସମ୍ଭବ ହୁଏନା ॥

ମନ କଥା ମୋର, ମନରେ ହିଁ ରହିଯାଏ,
କେତେ ଭଲପାଏ ତାକୁ, ମନ ଖୋଲି କହି ପାରେନା ॥
ମନ ମନ୍ଦିରରେ ତାକୁ ପୂଜୁଥାଏ ନୀତି, ତାକୁ ହିଁ ତ ଏ କଥା ଅଜଣା ॥
ତା ବିନା ବଞ୍ଚିବା, ଏବେ ଆଉ ସମ୍ଭବ ହୁଏନା ॥

– ଜ୍ୟୋତି ପ୍ରକାଶ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜ୍ୟୋତି ପ୍ରକାଶ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।