You are currently viewing ପ୍ରଶ୍ନରେ ଉତ୍ତର
ପ୍ରଶ୍ନରେ ଉତ୍ତର

ପ୍ରଶ୍ନରେ ଉତ୍ତର

ଆଜି ଆକାଶକୁ ପଚାରିଲି
ତୁ ତାରାବିନା ରହିପାରିବୁ?
ସେ ଉତ୍ତର ନଦେଇ
ପ୍ରଶ୍ନ କଲା ମତେ
କହ ତ!!!!!
ତୁ କ’ଣ ନିଃଶ୍ୱାସ ବିନା ବଞ୍ଚି ପାରିବୁ?

ମୁଁ ଚାଲିଗଲି ସାଗର ପାଖକୁ
ଏଇ ତୁ କ’ଣ ଊର୍ମି ବିନା ବଞ୍ଚି ପାରିବୁ?
ସେ ଉତ୍ତର ନଦେଇ ପ୍ରଶ୍ନ କଲା ମତେ
କହ ତ!! ତୁ କ’ଣ ବିନା ହୃଦୟରେ ଜିଇଁ ପାରିବୁ?

ଉତ୍ତର ଅପେକ୍ଷାରେ ଚାଲିଗଲି
ଫୁଲ ପାଖକୁ
ଏଇ ତୁ କ’ଣ ଭ୍ରମର ବିନା ବଞ୍ଚିପାରିବୁ?
ସେ ବି ଉତ୍ତର ନଦେଇ ପ୍ରଶ୍ନ କଲା ମତେ
କହ ତ ତୁ କ’ଣ ଭାବ ବିନା ବଞ୍ଚି ପାରିବୁ?

ମୁଁ ଫେରିଗଲି କୋଇଲି ପାଖକୁ
ଏଇ ତୁ କ’ଣ ବସନ୍ତ ବିନା ଗାଇ ପାରିବୁ
ସେ ଉତ୍ତର ନଦେଇ ପ୍ରଶ୍ନ କଲା ମତେ
କହ ତ ତୁ କ’ଣ କବିତାକୁ ଛାଡ଼ି ରହିପାରିବୁ?

ଉତ୍ତର ଅପେକ୍ଷାରେ ମୁଁ ଫେରିଗଲି ରାତି ପାଖକୁ
ଏଇ ତୁ କ’ଣ ସପନକୁ ଛାଡ଼ି ରହି ପାରିବୁ?
ସେ ବି ଉତ୍ତର ନଦେଇ ପ୍ରଶ୍ନ କଲା ମତେ
ତୁ କ’ଣ ଜ୍ୟୋତି ବିନା ଦେଖି ପାରିବୁ?

ଶେଷରେ ପଚାରିଲି ଜହ୍ନକୁ
ଏଇ ତୁ କ’ଣ କଇଁ ବିନା ହସି ପାରିବୁ?
ସେ ବି ଉତ୍ତର ନଦେଇ ମତେ ପ୍ରଶ୍ନ କଲା
କହ ତ ତୁ କ’ଣ ସ୍ମୃତିକୁ ଛାଡ଼ି ରହି ପାରିବୁ?

ବାସ୍!
ମୁଁ ନିରବ
ନିରୁତର

ପ୍ରଶ୍ନ ସବୁ ପ୍ରଶ୍ନରେ ରହିଗଲା ମୋର
ପ୍ରଶ୍ନ ଭିତରୁ ମିଳିଗଲା ମତେ ସବୁ ପ୍ରଶ୍ନର ଉତ୍ତର ।

– ସଙ୍ଗୀତା ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଙ୍ଗୀତା ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।