You are currently viewing ପ୍ରେମସନ୍ଦେଶ ମେଘସନ୍ଦେଶ
ପ୍ରେମସନ୍ଦେଶ ମେଘସନ୍ଦେଶ

ପ୍ରେମସନ୍ଦେଶ ମେଘସନ୍ଦେଶ

ଶ୍ରାବଣ ମାସେ ହୁଏ ମେଘ ପ୍ରବେଶ,
ପରିଭ୍ରମଣ କରନ୍ତି ପ୍ରଦେଶ ପ୍ରଦେଶ,
ପ୍ରେୟସୀ ପ୍ରତି ହେଲା ଯେ ଆବେଶ,
ନେଇ ଯାଆନ୍ତୁ ମୋର ପ୍ରେମସନ୍ଦେଶ |୧|

ପ୍ରେମିକା ପାଇଛି ଅପ୍ସରା ରୂପର ଆଶିଷ,
ନିତ୍ୟେ ଆସ୍ଵାଦନ କରଛି ସୁଷମ ପୀୟୁଷ,
ଏହି ନବଯୌବନ କରୁଛି ପ୍ରଣୟ ଘୋଷ,
ଆମ ମଧ୍ୟେ ଅନୁରକ୍ତି ସଦା ରହୁ ଅଶେଷ |୨|

ମୋ ଅଭିନବ ଅନୁରାଗ ନୁହେଁ ଅଭିନୟ,
ମୋ ପ୍ରଣୟିନୀକୁ ବୁଝାନ୍ତୁ ମୋ ଅଭିପ୍ରାୟ,
ମୋ ମନରେ ହୋଇଛି ରମ୍ୟ ପ୍ରେମାଳୟ,
ମୋ ପ୍ରେମାକଥା ପହଞ୍ଚାଇ ହୁଅନ୍ତୁ ସହାୟ |୩|

ପ୍ରେମସନ୍ଦେଶ ହୋଇଛି ମେଘସନ୍ଦେଶ ସଦୃଶ,
ପ୍ରିୟତମା ପ୍ରସାଧନରେ ହୋଇଛି ମୁଁ ପରବଶ,
ନିଜ ଯାତ୍ରାରେ ନିଅନ୍ତୁ ନାହିଁ କୌଣସି ଅବକାଶ,
ବାର୍ତ୍ତାବହ ହୋଇ କରନ୍ତୁ ପ୍ରେମବନ୍ଧନର ବିକାଶ |୪|

ଘନଘଟା ମେଘର କେତେ ପ୍ରକାର ଆକାର,
ପ୍ରେମସନ୍ଦେଶ ଜଣେଇ ସ୍ୱପ୍ନ କରନ୍ତୁ ସାକାର,
ମୋ ବିଶେଷ ବିଶିଷ୍ଟ ବିନତି କରନ୍ତୁ ସ୍ଵୀକାର,
ଆଣନ୍ତୁ ଜୀବନରେ ପ୍ରଣୟ ଗେୟର ଝଙ୍କାର |୫|

– ଶ୍ରୀ ରାଜଶେଖର ସି ‘ଚିମା’

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜ ଶେଖର ଶ୍ରୀ ଚିମା ଓଡ଼ିଆ ତଥା ତେଲୁଗୁ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।