You are currently viewing ଫଗୁଣ
ଫଗୁଣ

ଫଗୁଣ

ହେ ଫଗୁଣ ତୁ କି ଜାଣିନୁ
ପୁଣି ମୋ ଦେହରେ
ରଙ୍ଗ ବୋଳିବାକୁ ଆସିଛୁ,
କେହି ଜଣେ ଏମିତି
ରଙ୍ଗ ଲଗାଇ ଦେଇ ଯାଇଛି ଯେ…
ଏ ପର୍ଯ୍ୟନ୍ତ ମୋ ଆଖିର ଶ୍ରବଣରେ
ଧୋଇଲେ ବି ଯାଉନି
ତୁ ପୁଣି କମ୍ପନ ନିଆଁରେ
ଜାଳିବାକୁ ମତେ ଆସିଛୁ ॥

ଢାଳିଦେ ମୋ ହୃଦୟରେ ଅବିର ସବୁ
ରକ୍ତାକ୍ତ କରିଦେ
ନିମିଷକ ପାଇଁ ତାକୁ ବି ଧରିକି ଆ
ଖେଳିଯାଅ ଦୁହେଁ ଏ ମୋ ଶରିରେ
ଲୋକ ହସା ହେବା ପାଇଁ ମୁହିଁ ତ ବଞ୍ଚିଛି
ଏ ଜୀବନ ନଈରେ ॥

ଏତେ ତୋର ଅଭିଳାଷ ଅଛି
ପ୍ରେମ ବାଣ୍ଟିବା ପାଇଁ
ଯା ଚାଲିଯା ପ୍ରୀୟାର ଅଗଣା ପାଖରେ
କହିଦେବୁ ପ୍ରୀୟତୋର ଖୁସିରେ ଅଛି
ଦିଗ ବଳୟର ଆର ପାରିରେ ॥

– ଭବାନି ମାଝୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଭବାନୀ ମାଝୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।