ତୁମକୁ ଦେଖେ ମୁଁ ଗବାକ୍ଷର
ବଉଦର ଆଢ଼ୁଆଳ ଫାଙ୍କେ
ଭାବେ ତୁମେ ଅଛ ମନ୍ଦ ମଳୟେ
ଆମ୍ବ ଡାଳ ବଉଳରେ
ତୁମକୁ ଦେଖେ ମୁଁ ଥୁଣ୍ଟା ଗଛରେ
ତ ସାତ ତାଳ ପଙ୍କ ତଳେ
ଆହୁରି ମୁଁ ଭାବେ ତୁମ
ଉପସ୍ଥିତି ଅଛି ସପ୍ତର୍ଶି ମଣ୍ଡଳେ
ତୁମେ ତ ଅଛ ରୌଦ୍ର ତାପରେ
ଅଛ ସୁଶିତଳ ଜଳରେ
ଅଛ ପୁଣି ନଦୀରେ, ଭୁଧରେ
ଅଛ ଅନ୍ଧାରୀ ଗହ୍ୱରେ
ତୁମେ ଅଛ ମୋ ହୃଦ ଅଭ୍ୟନ୍ତରେ
ଅଛ ଗିର୍ଜା, ମନ୍ଦିରରେ
ପୁଣି ଡାକିଦେଲେ ଭକତିରେ
ତୋତେ ଆସୁ ପାଶେ ନିଶବ୍ଦରେ ।
– ଉପେନ୍ଦ୍ର କୁମାର ପୃଷ୍ଟି