You are currently viewing ହୋଲି
Odia Poem Holi (ହୋଲି) by Chinmay Kumar Sahu

ହୋଲି

ବସନ୍ତେ ଫୁଲେଇ ଫଗୁଣ ମାସେ
ବରଷକେ ଥରେ ହୋଲିଟି ଆସେ

ରଙ୍ଗର ପସରା ସାଥିରେ ନେଇ
ପ୍ରେମର ଫଗୁରେ ସଜେଇ ହେଇ

କୋଇଲିର କୁହୁତାନର ତାଳେ
ବଗିଚାରେ ପୁଣି ଆମ୍ବ ବଉଳେ

କୃଷ୍ଣଚୂଡ଼ା ସାଜେ ଧରଣୀ ଗଭା
ଆକାଶେ ସୂର୍ଯ୍ୟଙ୍କ ସ୍ୱର୍ଣ୍ଣିମ ଆଭା

ପଳାସ ପାଟର ରକ୍ତିମ କାନି
ମେଲାଇ ବସିଛି ପ୍ରକୃତି ରାଣୀ

ସୁନୀଳ ଆକାଶେ ମଳୟ ଭାସେ
ରଜନୀ ଗନ୍ଧା ଓ ମଲ୍ଲିକା ବାସେ

ନଥାଏ ଗରମ କି ଥଣ୍ଡାର ଡର
ବୈଶିଷ୍ଟ୍ୟତା ଏହି ଏ ବସନ୍ତର

ସବୁ ୠତୁଠାରୁ ସ୍ୱତନ୍ତ୍ର ସେହି
ଋତୁରାଜ ବୋଲି ବୋଲାଏ ତହିଁ

ବିମାନରେ ବସି ରାଧା ଗୋବିନ୍ଦ
ସାହି ସାହି ବୁଲି ଭାରି ଆନନ୍ଦ

ତାଙ୍କରି ପାଦରେ ମୁଣ୍ଡ ନୁଆଁଇ
ସ୍ନେହ ପ୍ରେମ ରଙ୍ଗ ଦେବା ଲଗାଇ

କ୍ରୋଧ ହିଂସା ହେଉ ଜୀବନୁ ଦୂର
ସଭିଙ୍କୁ ଶୁଭେଚ୍ଛା ହୋଲି ପର୍ବର

– ଚିନ୍ମୟ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିନ୍ମୟ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।