You are currently viewing ହଜିଛି ଆଜି ବସନ୍ତ
Odia Poem Hasichhi aji basanta (ହଜିଛି ଆଜି ବସନ୍ତ) by Basant Kumar Pradhan

ହଜିଛି ଆଜି ବସନ୍ତ

ଫଗୁଣଟା ଆଜି ଫିକା ପଡ଼ିଅଛି
ନ ଝରଇ ଆଉ ମହୁ,
ମନକୁ ମୋହିତ କରିପାରୁ ନାହିଁ
ଆଜି କୋଇଲିର କୁହୁ ।୧।

ବଉଳ ବାସନା ପାରୁନାହିଁ ଆଉ
ମନ କରି ଆନ ମନା,
ଆତ୍ମହତ୍ୟା ଏଠି କଲାଣି ମଳୟ
ଲଭି ଗ୍ରୀଷମ ଯାତନା ।୨।

କାହିଁ ଗଲା ସେହି ପୂର୍ବର ସୌନ୍ଦର୍ଯ୍ୟ
ଭରେ ନାହିଁ ଶିହରଣ,
ୠତୁରାଜ ପଦ ହରାଇବା ଭୟ
ଗ୍ରାସିଛି ବସନ୍ତ ମନ ।୩।

କାହିଁ ସେ ଫଗୁଣ ରଙ୍ଗର ପସରା
ସପନ ଭିଜା ଜୀବନ,
ନିରାନନ୍ଦରେ ଦୋଳ ବିମାନରେ
ରାଧାକୃଷ୍ଣ ଅବସ୍ଥାନ ।୪।

କରୋନାର କଟକଣାରେ ଜୀବନ
ହୋଇଛି ନିରୁତ୍ସାହିତ,
ପରିବେଶ ପରିସ୍ଥିତି ବଦଳିଛି
ହଜିଛି ଆଜି ବସନ୍ତ ।୫।

– ବସନ୍ତ କୁମାର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।