ପ୍ରଣୟ ୠତୁ
ନବବଧୂ ସାଜି ଆସିଛ ଜୀବନେ ଢାଳୁଛ ପ୍ରୀତିର ବନ୍ୟା ଲାଗୁଛି ଯେମିତି ଜହ୍ନ ମୋ ବାହୁରେ ଅଙ୍ଗେ ଅଙ୍ଗେ ଲାଗେ ନିଆଁ ॥ ନିଦଚୋରୀ କରେ ପାଦର ପାଉଁଜି ରୁଣୁଝୁଣୁ ଶବ୍ଦ କରି ସତେକି ଯେମିତି ସୁରିଲା ବଇଁଶୀ ବାଜୁଅଛି ଥିରିଥିରି ॥ କାନର ଝୁମୁକା ବଢ଼ାଏ ସ୍ପନ୍ଦନ ନିଃଶବ୍ଦ ଏ ରଜନୀରେ ଭ୍ରମ ସୃଷ୍ଟିକରେ ବର୍ଷାଟୋପା କିବା ଲୋଟୁଅଛି ଧରଣୀରେ ॥ ଦେହର ମହକ କରେ ଶିହରୀତ ଅପୂର୍ବ ତା’ ସୁବାସରେ ସ୍ୱର୍ଗ ଛାଡ଼ି ବୋଧେ…