You are currently viewing ଜଗା ପାଖକୁ ଚିଠି
ଜଗା ପାଖକୁ ଚିଠି

ଜଗା ପାଖକୁ ଚିଠି

ଚିଠି ଲେଖୁଛି ମୁଁ ଜଗା ପାଖକୁ
ହେୟ ନଭାବିବୁ ମୋ ଚିଠିକୁ ॥

ଯେତେ ସବୁ ଦୁଃଖ ଅଛି ଏ ଜୀବନେ
ଗୋଟି ଗୋଟି କରି ଲେଖିଛି ଏଥିରେ ॥

ଥରେ ମୋ ଚିଠିକୁ ପଢ଼ି ତୁ ନେବୁ
ଜଗତ ସବୁ ଦୁଃଖ ହରଣ କରିବୁ ॥

ଏବେ ଏବେ ହୋଇଗଲା ଆମ କଲେଜ ଛୁଟି
ପାଠ ସବୁଗୁଡ଼ା କାହାଠାରୁ ବୁଝିବି ନୀତି ॥

ଅନ୍‌ଲାଇନ୍‌ରେ ପାଠ ପଢ଼ିହେଉନି
ଘରକୁ ମୋର ନେଟ୍ ପାଉନି ॥

କରୋନା ରୋଗକୁ ଦେଶରୁ ତଡ଼ି
ଲୋକ ନିନ୍ଦାଠୁ ତୁ ହେଇଯା’ ପାରି ॥

କେତେଲୋକ କେତେ କଥା କହୁଛନ୍ତି ତୋତେ
କେମିତି ବସିଛୁ ନିଷ୍ଠୁର ହୋଇକି ସତେ ॥

ଏତିକି ଗୁହାରି ତୋ’ ପାଦର ବିନ୍ଦେ
ଦୁଃଖ ଦୂର କର ଜଗତ ଅନେଇଛି ତୋତେ ॥

– ଶୁଭମ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭମ ବେହେରା କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ମହାଲକ୍ଷ୍ମୀ ପୁର ଗ୍ରାମରେ ପିତା ଶମ୍ଭୁନାଥ ବେହେରା ଏବଂ ମାତା ସଂଘମିତ୍ରା ବେହେରାଙ୍କ ଔରସରୁ ୨୦୦୩ ମସିହା ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । +୨ ପାଠପଢ଼ା ଶେଷ କରି ଆଗକୁ ପଢ଼ା ଜାରି ରଖିଥିବା ଶୁଭମ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।