You are currently viewing ଲକ୍ଷପତି ପୁଅ
ଲକ୍ଷପତି ପୁଅ

ଲକ୍ଷପତି ପୁଅ

ଅନେଶତ ହଜାର
ନଅ ଶହ ଅନେଶତ ଟଂକା
କରିସାରି ପୁଅ ଜମା
କହିଲା ‘ଶୁଣ୍‌ ଗୋ ମା
ଦେ ମୋତେ ଗୋଟେ ଟଂକା
ତାହା ପାଇଲେ ମୁଁ ହେବି ଲକ୍ଷପତି
ମନୁ ପଳାଇବ ଶଂକା’

ପାକୁଆ ପାଟିରେ ମାଆ ଦେଲା ହସି
ଜଣାଇଲା ତା’ର ଖୁସି
‘ତୋ ପାଖରେ ଥିଲା ଟଂକାଟିଏ ଯେବେ
କିଆଁ ମାଗିଲୁନି ଆସି?
ସେତେବେଳେ ମୁଁ କରିଦେଇଥାଂତି
ତୋତେ ଗୋଟେ ଲକ୍ଷପତି’

ମାଆକୁ ମାଗିଲେ କେବେ ବି ପୁଅର
ହୁଏନି ଗୌରବ ହାନି
ଏ ସତ୍ୟ ପୁଅ ଅନୁଭବ କଲା
ଏତେ ଟଂକା ଗଣି ଗଣି

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।