You are currently viewing ମିଛ ଥିଲା ତୁମ ପ୍ରେମ
ମିଛ ଥିଲା ତୁମ ପ୍ରେମ

ମିଛ ଥିଲା ତୁମ ପ୍ରେମ

ପ୍ରଥମ ଦେଖାରେ           ଚି଼ହ୍ନି ନଥିଲେ ବି
ନିଜର ଲାଗିଲ ସତେ,
ଧୀରେ ଧୀରେ ପୁଣି           କେମିତି କେଜାଣି
ଭଲ ପାଇଗଲ ମୋତେ ॥

ଜୀବନ ବାଟରେ           ବାଟୋଇ ମୁଁ ଏକା
ସାଥୀ ମୋର କେହି ନାହିଁ,
ଅନ୍ଧଭଳି ପ୍ରେମ         କରୁଥିଲି ଦିନେ
ସାଥୀ ମୋ ବୁଝିଲା ନାହିଁ ॥

ଦେଖା କରିବାକୁ         ଭାବୁଥାଏ ସିନା
ଦେଖି ନିର୍ବାଚନ ରହେ,
କହିବାକୁ ଥିଲା         ଯେତିକି ତୁମକୁ
ଦେଖୁ ଦେଖୁ ଭୁଲି ଯାଏ ॥

ଦୁନିଆଟା ପରା         ଛଳନାରେ ଭରା
ପାରୁନିଗୋ ଯମା ସହି,
ଅଭୁଝା ଏ ମନ         ମାନୁନି ମୋହର
ପ୍ରତିକ୍ଷାରେ ରହେ ଚାହିଁ ॥

ତୁମ ମିଛ ପ୍ରେମ         ପାଖେ ପଡ଼େ ବଳି
ନିରୀହ ହୃଦୟ ମୋର,
ପ୍ରତାରଣା ଜ୍ୱାଳା         ଜଳିଜଳି ମାରେ
ହୃଦ କରେ ହାହାକାର ॥

ତଥାପି ତୁମକୁ         କରିଛି ଅପେକ୍ଷା
ଫେରିଆସ ପ୍ରିୟତମା,
ହୃଦୟ ମନ୍ଦିରେ         ସାଇତି ରଖିବି
ନୀତି କରୁଥିବି ପୂଜା ॥

କଥା ଦେଲି ପ୍ରିୟା         ମଥା ଛୁଇଁ ତୁମ
ସମ୍ପର୍କ ଏ ସିନ୍ଦୁରର ।
ଜୀଇଁ ଥିବା ଯାଏଁ         ତୁମେ ଥିବ ସାଥେ
କରିବିନି କେବେ ପର।।

ନୁହେଁ ମୁଁ ଭାବୁକ         ନୁହେଁ ମୁଁ ଲେଖକ
ନୁହେଁ ଅସ୍ତଗାମୀ ରବି ।
ହୃଦୟରୁ ପଦେ         ଲେଖିଲି କାଗଜେ
ନଭାବିବ ମୋତେ କବି ॥

ଶୁଭମ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭମ ବେହେରା କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ମହାଲକ୍ଷ୍ମୀ ପୁର ଗ୍ରାମରେ ପିତା ଶମ୍ଭୁନାଥ ବେହେରା ଏବଂ ମାତା ସଂଘମିତ୍ରା ବେହେରାଙ୍କ ଔରସରୁ ୨୦୦୩ ମସିହା ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । +୨ ପାଠପଢ଼ା ଶେଷ କରି ଆଗକୁ ପଢ଼ା ଜାରି ରଖିଥିବା ଶୁଭମ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।