You are currently viewing କୋରନା
କୋରନା

କୋରନା

ଗାଆଁରୁ ବାହାନା ନେଇକି ବାହାରି ଯାଇଥିବା ଅମିତକୁ ଲିପି ପଚାରିଲା, “ଏବେ ତ ସବୁ ବନ୍ଦ ହେଇ ପଡ଼ିଛି । କିଟ୍ ଆଣିବାକୁ କେତେ ଦିନ ଲାଗିବ ଯେ? ମୋତେ ବହୁତ ଭୟ ଲାଗୁଛି ।”

ଓହୋ ! ମୁ କ’ଣ ହାତ ଯୋଡ଼ିକି ଘରେ ବସିଛି କି? ଜାଣି ପାରୁନ? ଲକ୍ ଡାଉନ୍ ଚାଲିଛି ପରା? ଅମିତର ଚଢ଼ା ଗଳାର ଉତ୍ତରଟା ଲିପିକୁ ଟିକେ କେମିତି ଅଡ଼ୁଆ ଲାଗିଲା । ଦୂରଭାଷକୁ ରଖି ରଖି ମନରେ ଭାବୁଥିଲା କାହିଁକି କେଜାଣି ଭୁଲ୍ ହେଇଗଲା ତା’ ଦେଇ ।

ସକାଳୁ ଉଠି ପୁଣି ଆଉଥରେ ଅମିତକୁ ରିଂ କଲା ସେ? କୋଭିଡ୍ ସଚେତନତା ପରେପରେ ଅମିତର ସ୍ୱର ଶୁଣିବାକୁ କାନଟାରେ ଭଲକି ଫୋନକୁ ଲଗେଇକି ରଖିଲା ଯେମିତି କେହି ନ ଶୁଣିପାରିବେ, ହେଲେ ଉତ୍ତର ଆସୁଥାଏ “ନମ୍ବର ଟି ବନ୍ଦ ଅଛି ।”

ଆଜି ଲିପିର ବାପା ଆସି ଲିପି ବୋଉକୁ କହିଲେ, ଶୁଣୁଛ ଆମ ଝିଅର ପୋଷ୍ଟ ମର୍ଟମ୍ ପର ଟେଷ୍ଟରେ କୋରନା ନେଗେଟିଭ ଆସିଛି । ପଡ଼ିଶା ଘରକୁ କହିଦେବ ଆଉ ସନ୍ଦେହ କରିବେନି ।

(ହେଲେ ଲିପି ଜାଣିଥିଲା କୋଉଟା ପଜିଟିଭ ଆସିବାର ଅଛି । ଆଉ ସେଇଟା ଶୁଣିବାକୁ ଧୈର୍ଯ୍ୟ ନଥିଲା ଲିପି ପାଖେ ।)

ଅମୃତାଂଶୁ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅମୃତାଂଶୁ ପଣ୍ଡା ପେଶାରେ ଜଣେ ଆଇଟି କର୍ମଚାରୀ ହେଲେ ମଧ୍ୟ ଓଡ଼ିଆ ଗଳ୍ପ, କବିତା ଆଦି ରଚନା କରିବା ସହ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ବ୍ୟଙ୍ଗ ଏବଂ ଥଟ୍ଟାମଜା ଆଦି ରଚନା କରନ୍ତି ।