You are currently viewing ତମେ
Odia Poem Tame (ତମେ) by Kanhu Charan Sahu

ତମେ

ତମେ ସିନା ବୁଝିପାରନି
ମୋତେ, ମୋ ଭାବନାକୁ
ହେଲେ କେବଳ ତମେ ହିଁ ଥାଅ
ମୋ ଭିତରେ, ମୋ ସ୍ପନ୍ଦନେ ।

ଯେତେବେଳେ ଦୁଇଆଖି
ଚାହିଁରହେ କାହାକୁ
ସେହି କାହାକୁ ହିଁ ତମେ
ଯେତେବେଳେ ହୃଦୟ ଖୋଜେ
ଆଉ ଗୋଟେ ହୃଦୟକୁ
ସେହି ହୃଦୟ ହିଁ ତମର ଥାଏ ।

ବୁଝିପାରନି ତମେ
ମୋ’ ହୃଦୟର ଅକୁହା ଆବେଗ
ଅନେକ ଥର କହିଲା ପରେ
ସହି ପାରେନି ଏ ହୃଦୟ
ଆପଣାର ମଣିଷ କାହାକୁ ଯେବେ
କରିନିଏ ନିଜର ।

ରାତି ରାତି ଚେଇଁ
ସ୍ୱପ୍ନ ଦେଖୁଥିବା ହୃଦୟ
କାଳକ୍ରମେ ପାଲଟି ଯାଏ ପଥର
ଶତବାର ଚେଷ୍ଟା ସତ୍ତ୍ୱେ ବିଫଳହୁଏ
ତମକୁ ଭୁଲିବାର !

ତମେ ଆସିବ ସେହି ଅପେକ୍ଷାରେ
ବାସ୍ତବରେ ନୁହେଁ ସ୍ୱପ୍ନରେ
କାରଣ ଏବେ ତମେ ଆଉ କାହାର !!

– କାହ୍ନୁ ଚରଣ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କାହ୍ନୁ ଚରଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।