You are currently viewing ଜୀବନ କ୍ଷଣ କ୍ଷଣକେ ଆନ
Odia Poem Jibana Kshana Kshanake Ana (ଜୀବନ କ୍ଷଣ କ୍ଷଣକେ ଆନ) by Dibyashree Biswabandya Jena

ଜୀବନ କ୍ଷଣ କ୍ଷଣକେ ଆନ

ନା ତୁ କେବେ କହିଲୁ
ନା ମୁଁ କହି ପାରିଲି
ତୋ’ ପାଦ ବି ଅଟକିଗଲା
ଆଉ ମୋ’ର ବି ବାନ୍ଧି ହେଇଗଲା
କଥାଟା କହି ଦେଇଥିଲେ ତ
ସରି ଯାଇଥାନ୍ତା
କିନ୍ତୁ ନା ତୁ ଆରମ୍ଭ କରି ପାରିଲୁ
ନା ମୁଁ ଶେଷ କରି ପାରିଲି
ତୁ ତୋ’ ବାଟରେ ଚାଲିଗଲୁ
ଆଉ ମୁଁ ମୋ’ ବାଟରେ
ଦୁଇଟି ସମାନ୍ତରାଳ ରାସ୍ତାରେ
ଏମିତି ଛୋଟ ଛୋଟ କଥାରେ,
ମନ ମାରି ବସିଲେ
ମନେଇବ କିଏ?
ଜୀବନ କ୍ଷଣ କ୍ଷଣକେ ଆନ
ଆଜି ଅଛି କାଲି ନାହିଁ
କାଲି ଯଦି କେହି ଚାଲିଯାଏ
ତା’ହେଲେ ପସ୍ତେଇବ କିଏ??

ତା’ହେଲେ !?
ଖୋଜି ଆଣ ସେଇ ପୁରୁଣା ଦିନକୁ
ମନେ ପକାଇ ଦିଅ ହଜିଯାଇଥିବା ବନ୍ଧୁତ୍ଵର ପରିଭାଷା
ଯୋଡ଼ି ହେଇଯାଉ ଭାଙ୍ଗି ଯାଇଥିବା ସମ୍ପର୍କ
ସମୟ ସ୍ରୋତରେ ନା ତୁ ଏକା
ନା ମୁଁ ଏକା ।

– ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା ଜଣେ ଇଞ୍ଜିନିୟର୍, ମାତ୍ର ନିଶା ତାଙ୍କ ନୂଆ ନୂଆ ଭାଷା ଶିଖିବା ଓ ଜଣେ ଲେଖିକା ଭାବରେ ଭାଷାକୁ ଆଗକୁ ନେବା । ସେ ଓଡ଼ିଆ ଭାଷାରେ ବିଭନ୍ନ ଗପ, କବିତା, ପ୍ରବନ୍ଧ ଆଦି ରଚନା କରିଥାନ୍ତି ।