ଗୋଟେ କପ୍ ଲୁହ
ସନ୍ଧ୍ୟା ସମୟ ଆଗତ, ସୂର୍ଯ୍ୟ ସତେ ଯେପରୀ ବୈତରଣୀ ଜଳକୁ ନଇଁଲେ । ସାନ୍ଧ୍ୟ କଳାରେ ତରଙ୍ଗ ଯେପରୀ ଧୀରେଧୀରେ ପାଦଚାଳି ବୈତରଣୀର ଅବବାହିକାକୁ ମାଡ଼ି ଆସିଲା । ସମଗ୍ର ଜଗନ୍ନାଥପୁର ଗ୍ରାମ ଯେପରୀ ସନ୍ଧ୍ୟାର ମହିମାରେ ମହିଆନ ହୋଇଉଠିଛି । ନଦୀର ପ୍ରତିଟି ନୀଳଗାତ୍ରରେ ଭାଙ୍ଗିପଡ଼ୁଥାଏ ଅଳ୍ପକିଛି ଧୂଷର ଅନ୍ଧାର । ସତେ ଯେପରୀ ବୈତରଣୀ ଚନ୍ଦ୍ରାତୁରା ଅବୁଝା ଶିଶୁ ସନ୍ଧ୍ୟାକୁ ରାତ୍ରୀର ଗଭୀର ନିଦ୍ରାରେ ଝୁଲାଇ ଝୁଲାଇ ଶୁଆଇ ପକାଉଛି । ଏହି କୁମାର ପୂର୍ଣ୍ଣିମାର ଚନ୍ଦ୍ରାସ୍ନାତା ପୃଥିବୀର ମଧୁର ମନୋରମ…

