You are currently viewing ନଦୀର ବାଖ୍ୟା
ନଦୀର ବାଖ୍ୟା

ନଦୀର ବାଖ୍ୟା

ସୃଷ୍ଟିକର୍ତ୍ତା ସେ, ବିଶ୍ୱର ମାଆ,
ଗଢ଼ିଛି ଦୁନିଆ, ଶାନ୍ତ କରି ନିଆଁ;
ହରାଭରା ଆଜି ତା’ପାଇଁ ଠିଆ,
କେହିକି ନେବେ? ତାହାରି ପାହ୍ୟା;
ନଦୀ କ’ଣ କରିବ, ନଦୀର ବାଖ୍ୟା? (୧)

ପୁରାଣ ଗାଏ, ତାହାରି ଗାଥା,
ଯାହା ପାଇଁ ନେହୁରା ଭାଗୀରଥି ବାବା;
କଥା ରଖି ସେ, ଆସେ ରୂପେ ଗଙ୍ଗା,
ପାପ ଧୋଇ ଧନ୍ୟ କରେ ଲକ୍ଷ ଲକ୍ଷା;
ନଦୀ କ’ଣ କରିବ ନଦୀର ବାଖ୍ୟା? (୨)

ଆଦ୍ୟ ତା’ ଚରଣ ଏ ସୃଷ୍ଟିକର୍ତ୍ତା,
ଶାନ୍ତ ତ କରନ୍ତି, ତାକୁ ଏ ନାଶକର୍ତ୍ତା;
ବେଦବ୍ରହ୍ମା କହେ ଧନ୍ୟା ତୁ ମାଆ,
ବିନାଶକାଳେ, ତ୍ରାହି ମାଂ ରକ୍ଷା, ତ୍ରାହି ମାଂ ରକ୍ଷା;
ନଦୀ କ’ଣ କରିବ ନଦୀର ବାଖ୍ୟା? (୩)

ଭାଗୀରଥି କୂଳେ ହେଲା ଦିନେ ସାହା,
ପୂଣ୍ୟ ଦେଇ ଶତ ପୁତ୍ରଙ୍କୁ ରାହା;
ଯୁଗ ପରେ ଯୁଗ ବିତଇ ଏହା,
କିନ୍ତୁ ନଦୀ ସ୍ରୋତ ରହେ ନାହିଁ ବନ୍ଧା;
ପ୍ରାଣୀଠୁ ଉଦ୍ଭିଦ ପାଏ ଜୀବିକା,
କୁହତ! ଏ ନଦୀ ନୁହଁଇ ମହା;
ନଦୀ କ’ଣ କରିବ ନଦୀର ବାଖ୍ୟା? (୪)

ପାପ ଧୋଇ ଯିଏ କରିବ ରକ୍ଷା,
ପବିତ୍ର କରେ ସେ ବହୁ ପାପୀ ସଂଖ୍ୟା;
ମନୁଷ୍ୟକୁ ଦେଇ, ତା’ର ପ୍ରିୟ ସଖା;
ନଦୀ କ’ଣ କରିବ ନଦୀର ବାଖ୍ୟା? (୫)

ସହର ନଗର ଆଉ କଳକାରଖାନା,
କ୍ଷେପଣ କରନ୍ତି ବହୁ ଆବର୍ଜନା;
ନଦୀକୁ ଦିଅନ୍ତି ବହୁ ନିର୍ଯାତନା,
ତଥାପି ସହେ ସେ ନକରି କୁମନା;
ଏସବୁ ପାଇଁ ତ ସେ ଆଜି ଧନ୍ୟା,
ନଦୀ କ’ଣ କରିବ ନଦୀର ବାଖ୍ୟା? (୬)

କେତେ ବା ସହିବ,କେତେ ବା ଧରିବ,
ସ୍ଵାର୍ଥପାଇଁ ମନୁଷ୍ୟ ଦିନେତ ହାରିବ;
ସେ ଦିନ ଆଉ ନଥିବ ନଦୀ ମାଆ,
ନଦୀ କ’ଣ କରିବ ନଦୀର ବାଖ୍ୟା? (୭)

ସ୍ମୃତିରଞ୍ଜନ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ମୃତିରଞ୍ଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।