You are currently viewing ନାଟକର ଶେଷ ଦୃଶ୍ୟ
ନାଟକର ଶେଷ ଦୃଶ୍ୟ

ନାଟକର ଶେଷ ଦୃଶ୍ୟ

ଅଢ଼େଇ ଅକ୍ଷରେ ସମ୍ପୂର୍ଣ୍ଣ ଏ ନାଟକର ଶୀର୍ଷକ
ପଞ୍ଚଇନ୍ଦ୍ରିୟରେ ସପ୍ତଗୁଣ ଖୋଜେ ଏ ନାୟକ
ସାତଗ୍ରହ ଚରିତ୍ରର ସ୍ରଷ୍ଟା ନିର୍ଦ୍ଦେଶକ ତୁମେ
ତୁମେ ହିଁ ରଙ୍ଗମଞ୍ଚର ଲେଖକ, ପାଳକ ଓ ଦର୍ଶକ ।

ପ୍ରଥମ ଦୃଶ୍ୟ ଦିଏ ମୋହ, ମାୟା, ବୈରାଗର ପରିଚୟ
ଦ୍ୱିତୀୟ ଦୃଶ୍ୟରେ ଥାଏ ଆଚାର ବିଚାରର ସମନ୍ୱୟ
ନାୟକର ଉର୍ଦ୍ଧ୍ବଗାମୀ ମୋହ ଯେବେ ଅତିକ୍ରମ କରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ
କିଏ ବା କଳ୍ପନା କରିବ, କ’ଣ ହବ ନାଟକର ଶେଷ ଦୃଶ୍ୟ ।

ସମୟ ଚକ୍ରବ୍ୟୁହରେ ସୀମିତ ନାଟକର ପରିସୀମା
ସତ୍ୟ ଓ ମିଥ୍ୟା ଉତ୍ତାରେ ମାପିହେବ କି ଅକ୍ଷାଂଶ ଦ୍ରାଘିମା
ଧୈର୍ଯ୍ୟ ଓ ସାହସ ଯୋନିରେ ଉଠାଇ ପାରିବ କି ମଞ୍ଚର ଭାରସାମ୍ୟ
କେମିତି ସାଜସଜ୍ଜା କି ଗୀତିନୃତ୍ୟର କାମ୍ୟ ।

ପ୍ରତି ଦୃଶ୍ୟର ଅନ୍ତରାଳେ ଶୂନ୍ୟ ସମ୍ମତରେ ମୁଁ ଅସମର୍ଥ
ପଞ୍ଚଇନ୍ଦ୍ରିୟରେ ପ୍ରତିକ୍ଷଣ ସପ୍ତଗୁଣ ଖୋଜେ ଏ ନାୟକ
ନାୟକର ଉର୍ଦ୍ଧ୍ବଗାମୀ ମୋହ ଯେବେ ଅତିକ୍ରମ କରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ
କିଏ ବା କଳ୍ପନା କରିବ, କ’ଣ ହେବ ନାଟକର ଶେଷ ଦୃଶ୍ୟ?

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଭିଲିପ୍ସା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।