You are currently viewing ଚେତନା ଓ ଜଡ଼
ଚେତନା ଓ ଜଡ଼

ଚେତନା ଓ ଜଡ଼

ଚେତନ ସ୍ବଭାବ ଶରୀର ସ୍ବଭାବ
ଅଟଇ ତ ଭିନ୍ନ ଭିନ୍ନ ।
ଚେତନତା ସହ ଏଇ ଶରୀରର
ହୋଇ ନ ପାରେ ମିଳନ ।
ଚେତନା ସହିତ ଜଡ଼ ମିଶେଇବା
କୈଣସି ଉପାୟ ନାହିଁ ।
ଦୃଶ୍ୟ ଆଉ ଦ୍ରଷ୍ଟା ଭିନ୍ନ ଭିନ୍ନ ହୋଇ
ସର୍ବଦା ହିଁ ଥିବେ ରହି ।
ଚେତନ ତତ୍ତ୍ୱକୁ ଜଡ଼ ସହ ଯୋଡ଼ିଲେ
କି ସେ ହୋଇବ ଜଡ଼ ।
ଚେତନକୁ ପରମାତ୍ମା ଠାରୁ ଭିନ୍ନ
କଲେ କି ସେ ହେବ ଭିନ୍ନ ।
ଏହି ଶରୀରର ଚେତନ ତତ୍ତ୍ୱ ହିଁ
ପରମାତ୍ମାଙ୍କର ଶକ୍ତି ।
ମୁଁ ଏଇ ଶରୀର ଯେତେ କହିଲେ ବି
ମୁଁ ଯେ ଶରୀର ନୁହଁନ୍ତି ।
ଚେତନ ତତ୍ତ୍ୱ ହିଁ ଜଗତ ଜନନୀ
ଶକ୍ତି ରୂପେ ପ୍ରକାଶିତ ।
ଅଷ୍ଟ ଚକ୍ର ନବ ଦୁଆର ବିଶିଷ୍ଟ
ଦୁର୍ଗରେ ସେ ବିରାଜିତ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କୃଷ୍ଣଚନ୍ଦ୍ର ଟିପିରିଆ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତା ଅନେକ ପତ୍ରପତ୍ରିକାରେ ସ୍ଥାନ ପାଇଛି ।