You are currently viewing ମାନିନୀ ପ୍ରିୟତମା
ମାନିନୀ ପ୍ରିୟତମା

ମାନିନୀ ପ୍ରିୟତମା

ମାନୁଛି ପ୍ରିୟା ମୁଁ ଭୁଲ କରିଛି, କିନ୍ତୁ ସତ ଏହା କି ତୁମକୁ ମୁଁ ବହୁତ ଭଲ ବି ପାଉଛି ।
ମୁଁ ଦୋଷୀ ତୁମର, ହତ୍ୟାକାରୀ ତୁମ ଅସରନ୍ତି ସ୍ୱପ୍ନର, ତଥାପି ସଦା ସର୍ବଦା ମୁଁ ଆଶାୟୀ ତୁମ ନିଃସ୍ଵାର୍ଥ ପ୍ରେମର ।
ପ୍ରିୟା ମୋର ଆଜି ମୋ ପଇଁ ଅବହେଳିତ, ଏଥି ପାଇଁ ମୁଁ ବହୁତ ମର୍ମାହତ ।
ବୈବାହିକ ଜୀବନ ରେ ସଦା ସର୍ବଦା ଚାଲିଥାଏ ସୁଖ ଦୁଃଖର ଛାଇ ଖେଳ, ଆଉ ଏହି ଖେଳରେ ହିଁ ଆମ ମଧୁର ବନ୍ଧନର ମେଳ ।
ସଙ୍ଗିନୀ ଗୋ ଆମ ପ୍ରେମ ଚୀର ଓ ଶାଶ୍ଵତ ଆଉ ଆମ ବିବାହରେ ସ୍ଵୟଂ ପରଂବରହ୍ମଙ୍କ ଆଶୀର୍ବାଦ ଅନ୍ତର୍ନିହିତ ।
ବୁଝିପରୁଚି ପ୍ରିୟତମା ତୁମ ଅନ୍ତରର କଷ୍ଟ, ଆମ ସମ୍ପର୍କର ଚିତ୍ର ଏବେ ତୁମପାଇଁ ଅସ୍ପଷ୍ଟ ।
ଏହି କଷ୍ଟ ସମୟ ଆଉ ଅଳ୍ପ ଦିନର, ଆମ ପ୍ରେମ ଅଛି ଆଉ ରହିବ ଅମର ।
କୋମଳଙ୍ଗି ଗୋ ମୁଁ ପାଗଳ ତୁମ ସୌନ୍ଦର୍ଯ୍ୟର, ତୃଷାର୍ଥ ତୁମ ଅସରନ୍ତି ପ୍ରେମର ।
ଗର୍ବିତ ସଦା ମୁଁ ତୁମ ଲକ୍ଷ୍ମୀ ସ୍ୱରୂପର, ଆଶ୍ଚର୍ଯ୍ୟଚକିତ ତୁମ ମନମୋହିନୀ ରୂପର ।
ଜୀବନ ନଉକାରେ ମୁଁ ତୁମ ନାବିକ, ଚିରଦିନ ପାଇଁ ହବାକୁ ଚାହେଁ ମୁଁ ତୁମ ସେବିକ ।
ପ୍ରାନପ୍ରୀୟା ତୁମେ ମୋ ଜୀବନ ଧନ, ମୋ ହୃଦୟରେ ଅଛି କେବଳ ତୁମ ପାଇଁ ହିଁ ସ୍ଥାନ ।
ମାନିନୀ ପ୍ରିୟତମା ମୋର ଏବେ ଅଭିମାନ ଭଙ୍ଗ କର, ନିଜ ସ୍ମିତହସ୍ୟରେ ମୋ ଦୋଷାଦୋଷ କ୍ଷମା କର ।
ଲାବଣ୍ୟବତୀ ଗୋ ତୁମ ଲାବନ୍ୟତରେ ମୁଁ ବିସ୍ମିତ, ଅନୁରୋଧ ଏତିକି ଯେ ନିଜ କଟାକ୍ଷ ଆଉ କ୍ରୋଧ ଉପରେ କର ଆୟତ ।
ଗୁଣବତୀ ଗୋ ତୁମ ଗୁଣରେ ପୁରା ସଂସାର ଆନନ୍ଦିତ, ଏବେ ଆମ ପ୍ରେମ ସମ୍ପର୍କକୁ କରିବା ପ୍ରସ୍ପୁଟିତ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଲେଖକ/କବି